ବାଙ୍କୀ : ଚନ୍ଦକା-ଡମପଡା ଅଭୟାରଣ୍ୟରେ ଜୀବନ ସହ ସଂଗ୍ରାମ କରୁଛି ଅସୁସ୍ଥ ହାତୀ । ଡମପଡା ବ୍ଲକ୍ ଅନ୍ତର୍ଗତ ବାଆଁରା ଗାଁ ନିକଟ ବିଲରେ ୨ ଦିନ ହେଲା ଅସୁସ୍ଥ ହୋଇ ପଡିରହିଛି ଏକ ମାଈ ହାତୀ । ଖବରପାଇ ଘଟଣାସ୍ଥଳରେ ଡମପଡା ବନକର୍ମଚାରୀଙ୍କ ସହ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚିଛନ୍ତି । ଏହାସହ ଆସାମ ଡାକ୍ତରୀ ଟିମଙ୍କ ସହ ଭୁବନେଶ୍ବରରୁ ୧୦ ଜଣିଆ ଟିମ୍ ଆସି ପହଁଞ୍ଚି ଚିକିତ୍ସା ଚଳାଇଛନ୍ତି ।
ଖାଦ୍ୟ ଅନ୍ବେଷଣରେ ଚନ୍ଦକା ଜଙ୍ଗଲରୁ ୧୩ ଟିକିଆ ହାତୀ ପଲ ଡମପଡା ପଟକୁ ଆସିଥିଲେ । ହେଲେ ଏକ ମାଈ ହାତୀ ଅସୁସ୍ଥ ହୋଇ ବିଲ ମଝିରେ ପଡିଯାଇଥିଲା । ଅନ୍ୟ ହାତୀମାନେ ଜଙ୍ଗଲକୁ ପଳାଇଯାଇଛନ୍ତି । ସେପଟେ ହାତୀମାନେ ସ୍ଥାନୀୟ ଅଞ୍ଚଳରେ ଧାନ ଓ ପନିପରିବା ଫସଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି ।
Comments are closed, but trackbacks and pingbacks are open.