ଜୁଆ ଆଡ୍ଡାରେ ଚଢ଼ାଉ: ୧୧ଗିରଫ

Get real time updates directly on you device, subscribe now.

ବ୍ରହ୍ମପୁର: ପୋଲିସ ପକ୍ଷରୁ ଜୁଆଡ୍ଡି କ୍ଲିନ୍‌ ଅପରେସନ ଜାରି । ଗତକିଛି ହେଲା ଜିଲ୍ଲା ଓ ସହରର ବିଭିନ୍ନ ସ୍ଥାନରେ ଚଢାଉ କରି ଜୁଆ ଆଡ୍ଡା ସିଲ୍‌ କରିବା ସହ ଅନେକଙ୍କୁ ଗିରଫ କରାଯାଉଛି । ଏହାସହିତ ଲକ୍ଷାଧିକ ଟଙ୍କା ଓ ମୋବାଇଲ ଫୋନ୍‌ ଜବତ ମଧ୍ୟ କରାଯାଉଛି ।
ବ୍ରହ୍ମପୁର ଟାଉନ୍‌ ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଚାଲୁଥିବାର ପୋଲିସ ନିକଟକୁ ସୂଚନା ଆସିଥିଲା । ପୋଲିସ ଖବର ମିଳିବା ମାତ୍ର ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ତେବେ ପୋଲିସକୁ ଏହି ଚଢାଉରେ ନଗଦ ୮୮ ହଜାର ୪ଶହ ଟଙ୍କା ଜବତ କରିବା ସହ ୧୧ଟି ମୋବାଇଲ ଫୋନ୍‌ ଜବତ କରିଛି । ସେହିପରି ଜୁଆ ଆଡ୍ଡାରୁ ୧୧ଜଣଙ୍କ ଗିରଫ ମଧ୍ୟ କରିଛି ବ୍ରହ୍ମପୁର ଟାଉନ୍‌ ଥାନା ପୋଲିସ ।
ସୂଚନାଯୋଗ୍ୟ ଯେ, ଗତକିଛି ହେଲା ଜିଲ୍ଲାରୁ ଏକାଧିକ ଜୁଆଆଡ୍ଡା ଚାଲୁଥିବାର ପୋଲିସ ନିକଟକୁ ସୂଚନା ଆସୁଛି । ଯାହାଫଳରେ ପୋଲିସ ବିଭିନ୍ନ ସମୟରେ ଚଢାଉ କରି ଅନେକଙ୍କୁ ଗିରଫ ମଧ୍ୟ କରୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons