ଜୁନାଡିହି ଗ୍ରାମ୍ୟ ଜଙ୍ଗଲରେ ଗୁଳି ବିନିମୟ :୫ ଗିରଫ

Get real time updates directly on you device, subscribe now.

ରାଉରକେଲା: ଓଡିଶା ସୀମା ଝାରଖଣ୍ଡ ଅନ୍ତର୍ଗତ ଜୁନାଡିହି ଗ୍ରାମ୍ୟ ଜଙ୍ଗଲରେ ପୋଲିସ ଓ ପିଏଲଏଫଆଇ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଗୁଳି ବିନିମୟ ବେଳେ ଜଣେ ପିଏଲଏଫଆଇ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛି । ମୃତ ପିଏଲଏଫଆଇ ସଦସ୍ୟ ପଣ୍ଡିତ ସୀମଡେଗା ଏରିଆ କମାଣ୍ଡର ଭାବେ କାମ କରୁଥିଲେ । ଆହତ ପ୍ରବୀଣ ପାଣ୍ଡୁଲାନାକୁ ଗୁରୁତର ଅବସ୍ଥାରେ ସିମଡେଗା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କମ୍ବିଂ ବେଳେ ୫ ଜଣ ପିଏଲଏଫଆଇ ସଦସ୍ୟ ଧରା ପଡିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ଯୁବତୀ ଅଛନ୍ତି । ସେମାନଙ୍କୁ ପଚରାଉଚରା ଜାରି ରହିଛି । କମ୍ବିଂ ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଜବତ ଅସ୍ତ୍ରଶସ୍ତ୍ର ମଧ୍ୟରେ ଗୋଟିଏ ଏକେ ୪୭, ୪ଟି ପିଟୁ, ବହୁ ଗୁଳି ଓ ପିଏଲଏଫଆଇ ପ୍ରଚାରପତ୍ର ସହ ଲେଟରପ୍ୟାଡ ରହିଛି । ବର୍ତ୍ତମାନ ସେଠାରେ ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି ।
ରବିବାର ସକାଳେ ଝାରଖଣ୍ଡର ସୀମଡେଗା ଜିଲ୍ଲା ଅନ୍ତର୍ଗତ ଜଲଡେଗା ଥାନାର ଜୁନାଡିହି ଗାଁ ଜଙ୍ଗଲରେ ପିଏଲଏଫଆଇର ସୀମଡେଗା ରେଞ୍ଜ ଓ ବାନୋ ରେଞ୍ଜ ସଦସ୍ୟ ଓ ଏରିଆ କମାଣ୍ଡର ଏକାଠି ହୋଇଥିବା ସୀମଡେଗା ଏସପି ସଞ୍ଜୀବ କୁମାର ଖବର ପାଇଥିଲେ । ତାଙ୍କ ନିର୍ଦ୍ଦେଶରେ ଜାଗୁଆର ଫୋର୍ସ ଓ ସିଆରପିଏଫ ବାହିନୀ ଘଟଣାସ୍ଥଳକୁ ଯାଇଥିଲେ । ଯବାନମାନଙ୍କୁ ଦେଖି ପିଏଲଏଫଆଇ ସଦସ୍ୟମାନେ ପ୍ରଥମେ ଆଖିବୁଜା ଗୁଳି ଚାଳନା କରିଥିଲେ । ଜଙ୍ଗଲ ଭିତରେ ଗୁଳି ଚାଳନା ଜାରି ରହିଛି । ପିଏଲଏଫଆଇର ସିନଡେଗା ରେଞ୍ଜ ଏରିଆ କମାଣ୍ଡର ତିଳକେଶ୍ଵର ଗୋପ ଓ ବାନୋ ରେଞ୍ଜ ଏରିଆ କମାଣ୍ଡର ଜନସନ ୨୦ରୁ ଅଧିକ ସଦସ୍ୟଙ୍କ ସହ ପୋଲିସ ବାହିନୀ ଉପରେ ଆକ୍ରମଣ ଜାରି ରଖିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons