ଜୁନିୟର ଏକାଉଣ୍ଟାଣ୍ଟଙ୍କ ୪ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ

Get real time updates directly on you device, subscribe now.

ବଲାଙ୍ଗୀର: ଆୟବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ସୋମବାର ବରଗଡ଼ ଜିଲ୍ଲା ଯୋଗାଣ ବିଭାଗର କନିଷ୍ଠ ହିସାବ ରକ୍ଷକ (ଜୁନିୟର ଏକାଉଣ୍ଟାଣ୍ଟ) କମ୍ବୁପାଣି ମିଶ୍ରଙ୍କ ବରଗଡ଼ ସ୍ଥିତ ଭଡାଘର, କାର୍ୟ୍ୟ।ଳୟ , ବଲାଙ୍ଗୀରସ୍ଥିତ ପୈତୃକ ବାସଗୃହ, ସୋନପୁର ଜିଲ୍ଲା ଡୁଙ୍ଗୁରିପାଲିସ୍ଥିତ ବାସଗୃହରେ ଏକ କାଳୀନ ୪ଟି ସ୍ଥାନରେ ବରଗଡ଼ ଓ ବଲାଙ୍ଗୀର ଭିଜିଲାନ୍ସ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ ହୋଇଛି।
ଚଢ଼ାଉ ସମୟରେ ବ୍ୟାପକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ମିଳିଛି । ବଲାଙ୍ଗିର ଓ ସୋନପୁର ଜିଲାରେ ଦୁଇଟି ସ୍ଥାନରେ ଦୁଇ ମହଲା କୋଠା ଘର ରହିଛି, ଯାହାର ମୂଲ୍ୟ ୮୪ ଲକ୍ଷ ୨୭ ହଜାର ୭୫୯ ଟଙ୍କା , ବଲାଙ୍ଗୀର ସୋନପୁର ଜିଲ୍ଲାର ଉଭୟ ସ୍ଥାନରେ ୪୧ଟି ପ୍ଲଟ୍ ଯାହାର ମୂଲ୍ୟ ୩୬ ଲକ୍ଷ ୭୩ ହଜାର ୯୦୦ ଟଙ୍କା, ବିଭିନ୍ନ ବ୍ୟାଙ୍କରେ ୬୦ ଲକ୍ଷ ୭୩ ହଜାର ୯୩୪ ଟଙ୍କା , ନଗଦ ୬୬ ହଜାର ୧୬୧ ଟଙ୍କା ସହ ଆସବାବପତ୍ର ଓ ସୁନା ଗହଣାକୁ ମିଶାଇ ମୋଟ୍ ୧ କୋଟି ୯୧ ଲକ୍ଷ ୬୩ ହଜାର ୧୭୬ ଟଙ୍କାର ସମ୍ପତ୍ତି ଆକଳନ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଏ ନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons