ଜୁନ୍ ଘାଟି ପାର୍ ହେଲେ କରୋନାକୁ ହରାଇବା:ବାଗ୍ଚୀ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): କରୋନା ମହାମାରୀକୁ ହରାଇବାକୁ ରାଜ୍ୟ ସରକାର ବହୁ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିିଥିଲାବେଳେ ବିଦେଶ ଫେରନ୍ତାମାନେ ସରକାରଙ୍କ କଲ୍ ସେଣ୍ଟର କିମ୍ବା ୧୦୪ ରୁ ଫୋନ୍ ଗଲେ ଫୋନ ଉଠାନ୍ତୁ । ଏଥିରେ ଅବହେଳାକୁ ବରଦାସ୍ତ କରାଯିବନି ବୋଲି ସ୍ୱାସ୍ଥ୍ୟ ବିଭାଗ ସତର୍କ କରାଇ ଦେଇଛି । ଯଦି କେହି ବିଦେଶ ଫେରନ୍ତା କଲ ସେଣ୍ଟର ଫୋନ୍ ନ ଉଠାନ୍ତି କିମ୍ବା ସ୍ୱିଚ୍ ଅଫ୍ ରଖନ୍ତି, ସଂପୃକ୍ତ ବ୍ୟକ୍ତି ସରକାରଙ୍କୁ ଅସହଯୋଗ କରୁଛନ୍ତି ବୋଲିଧରାଯିବ । ଏ ନେଇ ସରକାର ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଏପଟେ ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ସାମ୍ବାଦିକ ସମ୍ମିଳନୀକୁ ପୁଣି ଫେରିଛନ୍ତି ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ । ସେ କହିଛନ୍ତି, ଜୁନ୍ ମାସ ହେଉଛି ଓଡ଼ିଶା ପାଇଁ ସବୁଠାରୁ ବଳି ଗୁରୁତ୍ୱପୂର୍ଣ୍ଣ । ଆମେ ଯଦି ଜୁନ୍ ଘାଟି ପାର କରିଯିବା ତେବେ କରୋନାକୁ ପରାସ୍ତ କରିପାରିବା । ମୁଖ୍ୟମନ୍ତ୍ରୀ ଜୁନ୍ ମାସ ପାଇଁ ରାଜ୍ୟବାସୀଙ୍କ ସହଯୋଗ ଲୋଡ଼ିଛନ୍ତି । ରାଜ୍ୟବାସୀ ବିନା କାମରେ ଘରୁ ନବାହାରିବାକୁ ଶ୍ରୀ ବାଗଚୀ ଅନୁରୋଧ କରିଛନ୍ତି ।
ବାଗ୍ଚୀ କହିଛନ୍ତି, କରୋନାର ପ୍ରତିରୋଧ ଅଛି ପ୍ରତିଷେଧକ ନାହିଁ । ମାସକ ୩୦ ଦିନ । ମାସକ ୭୨୦ ଘଣ୍ଟା ହୋଇଥିଲା ବେଳେ ଜଣେ ଯଦି ୧୦ ଘଣ୍ଟା ବାହାରକୁ ବାହାରେ ଏବଂ ଶନି ଓ ରବିବାର ସଟଡାଉନରେ ଘରେ ରହେ ତେବେ ୪୯୨ ଘଣ୍ଟା କରୋନା ଠାରୁ ଦୂରରେ ସୁରକ୍ଷିତ ହୋଇ ରହିପାରିବ । ତେଣୁ ଜନସାଧାରଣ କର୍ଫୁ୍ୟ କଟକଣା ସହ ସଟଡାଉନକୁ ମାନି କରୋନାକୁ ମୁକାବିଲା କରନ୍ତୁ । ଇତିମଧ୍ୟରେ ପ୍ରାୟ ୫ ଲକ୍ଷ ପ୍ରବାସୀ ଓଡ଼ିଶା ଫେରିଛନ୍ତି । ଅଧିକାଂଶ ପଜିଟିଭ୍ କ୍ୱାରେଣ୍ଟାଇନ କେନ୍ଦ୍ରରୁ ବାହାରୁଛନ୍ତି । ତେଣୁ ଜନସାଧାରଣ ଆତଙ୍କିତ ନହୋଇ ସରକାରଙ୍କ ମାର୍ଗଦର୍ଶିକା ମାନି ସହଯୋଗ କରିବାକୁ ଅନୁରୋଧ କରାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons