ଜୁନ୍ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତି ଗାଁରେ ସର୍ବନିମ୍ନ ୨ଟି ପ୍ରକଳ୍ପ

Get real time updates directly on you device, subscribe now.

ଭୁବନେଶ୍ୱର, (ବି.ବି.ବୁ୍ୟରୋ): ଆସନ୍ତା ଜୁନ୍ ମାସ ପ୍ରଥମ ସପ୍ତାହ ସୁଦ୍ଧା ପ୍ରତି ଗାଁରେ ସର୍ବନିମ୍ନ ୨ଟି ପ୍ରକଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ ଆରମ୍ଭ ହେବ । ସାପ୍ତାହିକ ଲକ୍ଷ୍ୟ ଧାର୍ଯ୍ୟ ଓ ଏହାର ତଦାରଖ କରିବାକୁ ଜିଲ୍ଲାପାଳଙ୍କୁ ଆଜି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ନିଦେ୍ର୍ଧଶ ଦେଇଛନ୍ତି । ଏହି ପ୍ରକଳ୍ପଗୁଡିକରେ ଯେଭଳି ଅଧିକ ସଂଖ୍ୟକ ଲୋକେ କାମ କରିପାରିବେ ସେଭଳି ପ୍ରକଳ୍ପ କାର୍ଯ୍ୟ ହାତକୁ ନେବାକୁ ପରାମର୍ଶ ଦିଆଯାଇଛି । କରୋନା ଲକ୍ଡାଉନ୍ ପରବର୍ତ୍ତୀ ଅବସ୍ଥାରେ ଗାଁ ଓ ପଞ୍ଚାୟତରେ ଜୀବିକା ଓ ମଜୁରୀ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ଏଥିପାଇଁ ବିଭିନ୍ନ ବିଭାଗଗୁଡିକ ମିଳିତ ଭାବେ ମନରେଗା ଯୋଜନାରେ ଅଧିକରୁ ଅଧିକ ପ୍ରକଳ୍ପ ଆରମ୍ଭ କରିବାକୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ ପରାମର୍ଶ ଦେଇଛନ୍ତି । ପ୍ରକଳ୍ପଗୁଡିକୁ କ୍ୟାପେନ ମୋଡ଼ରେ ଅନୁମୋଦନ ଓ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଅଧିକ ନିଯୁକ୍ତି ସୃଷ୍ଟିଭିତ୍ତିକ ପ୍ରକଳ୍ପ ଯଥା ଫାରମ୍ ପଣ୍ଡ , ନୁ୍ୟଟରି ଗାର୍ଡେନ୍, ଜଙ୍ଗଲ ଚାରିପଟେ ଟ୍ରେଞ୍ଜ, ବୃକ୍ଷରୋପଣ , ଆଡିବନ୍ଧ, ଘାସ ଚାଷ ଆଦି ପ୍ରକଳ୍ପ ବହୁ ସଂଖ୍ୟାରେ କରିବା ପାଇଁ ବୈଠକରେ ସ୍ଥିର ହୋଇଛି । ଆଜି ସମୀକ୍ଷା ବୈଠକରେ ଉନ୍ନୟନ କମିଶନରଙ୍କ ସମେତ ଜଙ୍ଗଲ ଓ ପରିବେଶ ସଚିବ, ପଞ୍ଚାୟତିରାଜ ସଚିବ ଓ ଅନ୍ୟ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons