‘ଜୁନ୍ ସୁଦ୍ଧା ଓଡ଼ିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିବ’

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶାରେଆସନ୍ତା ମାସ(ଜୁନ୍) ଶେଷ ସୁ୍ଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ରର ଡାକ୍ତର ଜୟନ୍ତ ପଣ୍ଡା ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନାଦେଇ ଡାକ୍ତର ପଣ୍ଡା କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାର ଦୁଇଟି ମୁଖ୍ୟ କାରଣ ରହିଛି । ପ୍ରଥମତଃ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ପାଇଁ ଆମେ ଚାହୁଁଛୁ ଓ ସେଥିପାଇଁ ଅଧିକ ପରିମାଣରେ ପରୀକ୍ଷା କରୁଛୁ । ସଂକ୍ରମଣ ନ ହେଲେ ଆମ ଭିତରେ ଗୋÂୀ ସଂକ୍ରମଣ ପ୍ରତିରୋଧକ ଶକ୍ତି ରହିବ ନାହିଁ । ପ୍ରତିରୋଧ ଶକ୍ତି ଆସିବାକୁ ଦୁଇ ତୃତୀୟାଂଶ ଲୋକଙ୍କୁ ସଂକ୍ରମଣ ହେବା ଆବଶ୍ୟକ । ଯଦି କରୋନାରେ ମୃତକଙ୍କ ସଂଖ୍ୟା ବଢ଼ୁଥାନ୍ତା ତା’ହେଲେ ଏହା ଆମର ଚିନ୍ତାର କାରଣ ହେଉଥାନ୍ତା । ରାଜ୍ୟରେ ଏପର୍ଯ୍ୟନ୍ତ ୭ଜଣ ଲୋକଙ୍କ ମୃତୁ୍ୟ ଘଟିଛି । ଆଉ ଏହି ସମସ୍ତ ମୃତକଙ୍କ ଦେହରେ ଦୂରାରୋଗ୍ୟ ରହିଥିଲା । ତେଣୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହିଁ ଆମର ସଫଳତା ଓ ଏଥିରେ ଭୟଭୀତ ହେବା ଅନୁଚିତ । ଆମକୁ ଅଧିକ ସଂଖ୍ୟା ଦରକାର ଓ ଆମେ ଗୋÂୀ ପ୍ରତିରୋଧକ ଶକ୍ତି ଚାହୁଁଛୁ । ଦିନ ଆସିବ ଆମ ପ୍ରତିରୋଧକ ଶକ୍ତି ବଢ଼ିଯିବ ଓ କରୋନା ଆଉ ଆମମାନଙ୍କର କିଛି କ୍ଷତି କରିପାରିବନି ବୋଲି ଡାକ୍ତର ପଣ୍ଡା କହିଛନ୍ତି । ତେଣୁ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲେ ବି ଭୟ ନକରିବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons