ଜୁନ୍ ୧୭ ପରେ ଯେକୌଣସି ସମୟରେ ହେବ ପରୀକ୍ଷା: ଉଚ୍ଚଶିକ୍ଷା ମନ୍ତ୍ରୀ

Get real time updates directly on you device, subscribe now.

ଭୁବନେଶ୍ୱର: “ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହେବ। ଏଥିପାଇଁ ଛାତ୍ରଛାତ୍ରୀ ପ୍ରସ୍ତୁତ ରୁହନ୍ତୁ। ଲକ୍‌ଡାଉନ୍‌କୁ ଛାତ୍ରଛାତ୍ରୀ ସୁଯୋଗ ଭାବେ ଗ୍ରହଣ କରନ୍ତୁ” ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।
ସେହିପରି ୟୁଜିସିର ଗାଇଡ୍‌ଲାଇନ୍ସକୁ ନେଇ ସେ ପ୍ରତିକ୍ରିୟା ରଖି କହିଛନ୍ତି, “ତର୍ଜମା ହେବ, ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ୍ ହେବ, ତାହା ଆମେ କରିବୁ। ଏନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯିବ।”
ଯେଉଁ ରାଜ୍ୟରେ କରୋନା ସଂକ୍ରମଣର ପ୍ରଭାବ କମ୍ ରହିଛି କିମ୍ବା ପରିସ୍ଥିତି ସ୍ୱାଭାବିକକୁ ଫେରିଛି ସେହି ରାଜ୍ୟରେ, ଜୁଲାଇ ମାସରେ ପରୀକ୍ଷା ହେବ। ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍-ୟୁଜିସି ଏଭଳି ନିଷ୍ପତ୍ତି ନେଇଥିବା ଖବର ସରବରାହ ସଂସ୍ଥା ପିଟିଆଇ ପକ୍ଷରୁ ସୂଚନା ଦିଆଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons