ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟର ସମସ୍ତ ଡିଗ୍ରୀ ମହାବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି (+୩)ର ଷÂ ସେମିଷ୍ଟ୍ର (ଫାଇନାଲ୍ ସେମିଷ୍ଟର୍) ପରୀକ୍ଷା ଜୁନ ୨୦ ତାରିଖ ପରେ ଆରମ୍ଭ ହେବ । ଯାହା ଜୁଲାଇ ୨୪ ତାରିଖ ସୁଦ୍ଧା ଶେଷ ହେବ । ପରୀକ୍ଷାଫଳ ଅଗଷ୍ଟ ମାସ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁÂିତ କୁଳପତି ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଆଜି ଲୋକସେବା ଭବନରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ସାହୁଙ୍କ ଅଧ୍ୟକ୍ଷତାରେ ଅନୁÂିତ ବୈଠକରେ ରାଜ୍ୟର ସମସ୍ତ କୁଳପତି ଭିଡିଓ କନଫରେନ୍ସିଂରେ ଯୋଗ ଦେଇଥିଲେ । କୋଭିଡ୍-୧୯ ସଂକ୍ରମଣର ମୁକାବିଲା ନିମନ୍ତେ ଦେଶ ସମେତ ରାଜ୍ୟରେ ଲକ୍ଡାଉନ୍ ଜାରି କରାଯାଇଥିବା ବେଳେ ବିଭିନ୍ନ ପରୀକ୍ଷା ପରିଚାଳନା, ପରୀକ୍ଷାଫଳ ପ୍ରକାଶନ, ଛାତ୍ରଛାତ୍ରୀଙ୍କ ନାମଲେଖା ଓ ଶିକ୍ଷା ଦାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକ +୩ର ଷÂ ସେମିଷ୍ଟାର ପରୀକ୍ଷା ନିମନ୍ତେ ପରୀକ୍ଷା ସୂଚୀ ସ୍ଥିର କରି ଛାତ୍ରଛାତ୍ରୀମାନଙ୍କୁ ଆଗୁଆ ଜଣାଇବା ପାଇଁ କୁହାଯାଇଛି ।
ସେହିପରି ବିଭିନ୍ନ ବିଶ୍ୱବିଦ୍ୟାଳୟ ଏବଂ ସ୍ୱୟଂଶାସିତ ମହାବିଦ୍ୟାଳୟ ସ୍ନାତକୋତର ଶ୍ରେଣୀ(ପିଜି)ର ଚତୁର୍ଥ ସେମିଷ୍ଟାର (ଫାଇନାଲ୍) ପରୀକ୍ଷା ଅଗଷ୍ଟ ୨୦ ତାରିଖ ସୁଦ୍ଧା ଶେଷ ହେବ । ପରୀକ୍ଷାଫଳ ସେପ୍ଟେମ୍ୱର ୨୦ ତାରିଖ ସୁଦ୍ଧା ପ୍ରକାଶ ପାଇବ ବୋଲି କୁଳପତି ବୈଠକରେ ନିଷ୍ପତ୍ତି ହୋଇଥିବା ସମ୍ପର୍କରେ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ. ସାହୁ କହିଛନ୍ତି । ଏଥିସହିତ ଆସନ୍ତାକାଲି (ମେ ୭ ତାରିଖ)ରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ, ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟ ସମ୍ପାଦନ ନିମନ୍ତେ ଏକ ତୃତୀୟାଂଶ କର୍ମଚାରୀଙ୍କୁ ନେଇ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଅପରପକ୍ଷେ ଚଳିତ ବର୍ଷ ସ୍ନାତକୋତର ଶ୍ରେଣୀ (ପିଜି)ର ନାମଲେଖା ନିମନ୍ତେ ଏକକ ପ୍ରବେଶିକା ପରୀକ୍ଷା ଏବଂ ନାମଲେଖା କାର୍ଯ୍ୟ ସେପ୍ଟେମ୍ୱରରୁ ଆରମ୍ଭ ହେବ । ଯାହା ଅକ୍ଟୋବର ମଧ୍ୟରେ ଶେଷ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଅନ୍ଲାଇନ୍ ଏବଂ ଇ-ଲର୍ଣ୍ଣିଂ ମାଧ୍ୟମରେ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏକ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯିବ । ଏହାଦ୍ୱାରା ଛାତ୍ରଛାତ୍ରୀଙ୍କୁ ସହଜରେ ଉନ୍ନତ ମାନର ଷ୍ଟଡି ମ୍ୟାଟେରିଆଲ୍ ମିଳିପାରିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା । ଏଥି ସହିତ ପ୍ରତି ୧୫ ଦିନରେ ଥରେ କୁଳପତିମାନଙ୍କ ସହିତ ଭିଡିଓ କନଫରେନ୍ସିଂ ଜରିଆରେ ବୈଠକ କରି ସ୍ଥିତି ସମ୍ପର୍କରେ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।
ବୈଠକରେ ଉଚ୍ଚ ଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ, ଶାଶ୍ୱତ ମିଶ୍ର, ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ (ଓଏସ୍ଏଚ୍ଇସି)ର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସଙ୍କ ସମେତ ଉକ୍ରଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପ;ନାୟକ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଏବଂ ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଡ. ଶ୍ରୀକାନ୍ତ ମହାପାତ୍ର ଲୋକସେବା ଭବନରେ ଉପସ୍ଥିତ ଥିବା ବେଳେ ଅନ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତିମାନେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.