ଭୁବନେଶ୍ୱର,(ବି.ବି.ବୁ୍ୟରୋ): ରାଜ୍ୟରେ କରୋନା କାୟା ବିସ୍ତାର କରି ଚାଲିଛି । ସଂକ୍ରମିତଙ୍କ ସଂଖ୍ୟା ଏବେ ଦ୍ରୁତ ଉପରମୁହାଁ । ଓଡ଼ିଶାରେ କରୋନାର ଲମ୍ବା ପାହୁଣ୍ଡକୁ ନେଇ ସରକାର ଚିନ୍ତାରେ । ଆଜି ଏ ସଂପର୍କରେ ସମସ୍ତ ଜିଲ୍ଲାପାଳ ଓ ଏସ୍ପିଙ୍କ ସହ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି । ମୁକାବିଲା ପାଇଁ ବେଶ୍ ଗମ୍ଭୀରତାର ସହ ମୁଖ୍ୟମନ୍ତ୍ରୀ ଜିଲ୍ଲା ମୁଖିଆମାନଙ୍କ ପରାମର୍ଶ ମଧ୍ୟ ନେଇଛନ୍ତି । ଜୁଲାଇ ମାସରେ କରୋନା ପାଇଁ ଜିଲ୍ଲା ପ୍ରଶାସନ ଯୁଦ୍ଧମୁଦ୍ରାରେ ରହିବା ସହ କୋଭିଡ୍ ନିୟମ ପାଳନ ପାଇଁ ଅଧିକ କଠୋର ହେବାକୁ ସେ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ମାସରେ ମୁଖ୍ୟମନ୍ତ୍ରୀଙ୍କ କରୋନା ଲଢେ଼ଇ ପାଇଁ ସ୍ୱତନ୍ତ୍ର ରଣନୀତି ସ୍ପଷ୍ଟ କରୁଛି ଯେ ମହାରାଷ୍ଟ୍ର ଓ ତାମିଲନାଡୁ ଭଳି ଓଡ଼ିଶାରେ ମଧ୍ୟ ଜୁଲାଇ ୩୧ ଯାଏ ଲକଡାଉନ୍ ଜାରି ରହିବ । ତେବେ ଏ ସଂପର୍କରେ ରାଜ୍ୟ ସରକାର କିଛି ସ୍ପଷ୍ଟ କରିନାହାନ୍ତି ।
କୋଭିଡ୍ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା ବେଳେ ପରାମର୍ଶ ଦେଇ କହିଛନ୍ତି, କରୋନା ଯୁଦ୍ଧରେ ଆମମାନଙ୍କ ପାଇଁ ଜୁଲାଇ ମାସ ହେଉଛି ଗୁରୁତ୍ୱପୂର୍ଣ୍ଣ । ତେଣୁ ଆପଣମାନେ ଅଧିକ କଠୋର ହୁଅନ୍ତୁ । ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ନିଅନ୍ତୁ । ଯେଉଁମାନେ ମାସ୍କ ପିନ୍ଧୁନାହାନ୍ତି କିମ୍ବା ସାମାଜିକ ଦୂରତା କଟକଣାକୁ ଖାତିର କରୁନାହାନ୍ତି ସେମାନଙ୍କ ବିରୋଧରେ ଜିରୋ ଟଲରାନସ୍ ନୀତି ଆପଣାଅ । ପ୍ରତି ପଞ୍ଚାୟତରେ ତୁରନ୍ତ କୋଭିଡ୍ କେୟାର ହୋମ୍ ଖୋଲିବା ସହ ଗାଁ କଲ୍ୟାଣ ସମିତିସ୍ତରରେ କୋଭିଡ୍ କେୟାର କମିଟି ଗଠନ କର ।
ଜୁଲାଇ ମାସରେ କରୋନା ଶୀର୍ଷକୁ ଛୁଇଁବାର ଆକଳନ କରାଯାଉଥିଲା ବେଳେ ଏ ମାସର ରଣନୀତି ନେଇ ଆଜି ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ସେମାନଙ୍କଠାରୁ କରୋନା ପରିଚାଳନା ନେଇ ମତାମତ ମଧ୍ୟ ଗ୍ରହଣ କରିଛନ୍ତି ।
ଆଲୋଚନା ବେଳେ ନବୀନ କହିଲେ, ଜିଲ୍ଲାଗୁଡ଼ିକରେ ସମସ୍ତ ସରକାରୀ ଅଫିସ ଯେପରି ସଂକ୍ରମଣମୁକ୍ତ ରହିବ ତା ଉପରେ ଧ୍ୟାନ ଦିଅ । କରୋନା ଗାଇଡ୍ଲାଇନ ଆଧାରରେ ଅଫିସଗୁଡ଼ିକୁ ଶୂନ୍ୟ ସଂକ୍ରମଣ ଅଞ୍ଚଳ କରି ରଖିବା, କର୍ମଚାରୀମାନେ କ’ଣ କରିବେ, କ’ଣ ନ କରିବେ ସେ ସଂପର୍କରେ ବ୍ୟାପକ ସଚେତନ କରିବା ଜରୁରୀ । ସବୁ ଅଫିସର ମୁଖ୍ୟ ଏ ଦିଗପ୍ରତି ଧ୍ୟାନ ଦେବେ ଏବଂ କରୋନା ସଂକ୍ରମଣ ପାଇଁ ଦାୟୀ ରହିବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, କରୋନା ରୋକିବାରେ ମାସ୍କର ଗୁରୁତ୍ୱ ରହିଛି । ତେଣୁ ମାସ୍କର ବ୍ୟବହାର ସହ ସାମାଜିକ ଦୂରତା ନିୟମର କଡ଼ାକଡ଼ି ପାଳନ ହେଉ । ଏହାର ଉଲ୍ଲଂଘନକୁ ବରଦାସ୍ତ କରାନଯାଉ । ଇତିମଧ୍ୟରେ ୩ ମାସ ବିତିଲାଣି । ତେଣୁ ଏବେ ଉଲ୍ଲଂଘନ ନେଇ ଅଧିକ କଠୋର ହେବାକୁ ପଡ଼ିବ । ଯିଏ ନିୟମ ଭାଙ୍ଗୁଛି, କଡ଼ା କାର୍ଯ୍ୟାନୁÂାନ ନିଅ । ପ୍ରତି ପଞ୍ଚାତୟରେ କୋଭିଡ କେୟାର ହୋମ୍ ପ୍ରତିÂାକୁ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି । କିଛି ପଞ୍ଚାୟତକୁ ନେଇ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ ସହ ଗାଁ କଲ୍ୟାଣ ସମିତିସ୍ତରରେ କୋଭିଡ୍ କେୟାର କମିଟି ଗଠନ କରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ତୁରନ୍ତ ଏହାର ପରିଚାଳନା ପାଇଁ କମିଟିକୁ ପାଣ୍ଠି, କ୍ଷମତା ପ୍ରଦାନ ସହ ସେମାନଙ୍କୁ ପ୍ରଶିକ୍ଷଣ ଦେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ସରକାର ୱାର୍ଡସ୍ତରରେ କୋଭିଡ୍ କୋର୍ କମିଟିର ୪.୭ ଲକ୍ଷ ସଦସ୍ୟଙ୍କୁ ତାଲିମ୍ ଦେବାର ବ୍ୟବସ୍ଥା କରାଯାଇଛି ।
କରୋନା ଲଢେ଼ଇରେ ଆଗଧାଡ଼ିର ଯୋଦ୍ଧାମାନେ ପ୍ରମୁଖ ଭୂମିକା ତୁଲାଉଛନ୍ତି । ଲୋକଙ୍କ ସୁରକ୍ଷା ପାଇଁ ସେମାନେ ଅନେକ ତ୍ୟାଗ କରୁଛନ୍ତି । ତେଣୁ ସେମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ହେଉଛି ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କୁ ସ୍ୱାସ୍ଥ୍ୟ ସଚେତନ ହୋଇ ସୁରକ୍ଷିତ ରହିବା ପାଇଁ ସଚେତନ କରାଇବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଜିଲ୍ଲାର ବରିÂ ଅଧିକାରୀମାନେ ସଂକ୍ରମିତ କୋଭିଡ ଯୋଦ୍ଧାଙ୍କ ସହ ଆଲୋଚନା କରନ୍ତୁ । ସେମାନଙ୍କ ଭଲ ମନ୍ଦ ବୁଝନ୍ତୁ । ଏହାଦ୍ୱାରା ଆମ ଯୋଦ୍ଧାମାନଙ୍କ ମନୋବଳ ବୃଦ୍ଧି ପାଇବ । ଏପରିକି ସେ ନିଜେ ମଧ୍ୟ ସଂକ୍ରମିତ ଯୋଦ୍ଧାମାନଙ୍କ ସହ ଫୋନରେ କଥା ହୋଇ ମନୋବଳ ବଢ଼ାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଘରୋଇ ହସ୍ପିଟାଲଗୁଡ଼ିକ ଅଧିକ ସଚେତନ ହେବା ଜରୁରୀ । ଏ ହସପିଟାଲଗୁଡ଼ିକ କରୋନା ନିଦେ୍ର୍ଧଶାବଳୀ ପାଳନ କରୁଛନ୍ତି ନା ନାହିଁ ସେ ନେଇ ବାରମ୍ବାର ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ହଟସ୍ପଟ ଅଞ୍ଚଳଗୁଡ଼ିକରେ ଆବଶ୍ୟକତା ଅନୁସାରେ ଜିଲ୍ଲାପାଳମାନେ ସ୍ୱତନ୍ତ୍ର ରଣନୀତି ନେବା ଓ ରାଜ୍ୟ ସରକାରଙ୍କ ସବୁ ବିଭାଗ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି ।
କରୋନା ଯୁଦ୍ଧରେ ଆମେ ବହୁତ ଭଲ ପ୍ରଦର୍ଶନ କରୁଛୁ । ଆଗାମୀ ଦିନରେ ଏହା ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଦମ୍ଭ ବାଢ଼ିଛନ୍ତି । ଆଜିର ବୈଠକରେ ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, ଉନ୍ନୟନ କମିଶନର, ୫ ଟି ସଚିବ, ବରିÂ ଅଧିକାରୀ ଓ ସବୁ ଜିଲ୍ଲାପାଳ ଓ ଏସପି ସାମିଲ୍ ହୋଇଥିଲେ ।
Comments are closed, but trackbacks and pingbacks are open.