ଜେଇ, ନିଟ୍ ପରୀକ୍ଷା ବାତିଲ ଦାବି

Get real time updates directly on you device, subscribe now.

ନବରଙ୍ଗପୁର,(ବି.ବି.ନୁ୍ୟଜ୍): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜେଇ ଓ ନିଟ୍ ପରୀକ୍ଷା ବାତିଲ କରିବାକୁ ଏଠାରେ ଜିଲ୍ଲା ଛାତ୍ର କଂଗ୍ରେସ ଦାବି କରିଛି । ଦାବି ସମ୍ପର୍କୀତ ପତ୍ର ଶୁକ୍ରବାର ଦଳ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦେ୍ଧଶ୍ୟରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ନିମାଁଇ ସୂତାରଙ୍କୁ ପ୍ରଦାନ କରାଯାଇଛି । ଅଖିଳ ଭାରତ କଂଗ୍ରେସ କମିଟି ସଭ୍ୟା ମନସା ତ୍ରିପାଠୀ ଏହାର ନେତୃତ୍ୱ ନେଇଥିଲେ ।
ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ବିଦ୍ୟାସାଗର, ସିମିତ ପୂଜାରୀ, ପ୍ରଫୁଲ୍ଲ ପଣ୍ଡା ଓ ଶ୍ରୀକୁମାର ପ୍ରମୁଖ କହିଛନ୍ତି, କରୋନା କଟକଣା ଯୋଗୁ ଏ ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳକୁ ଟ୍ରେନ, ବସ୍ ଚଳାଚଳ ସ୍ୱାଭାବିକ ହୋଇପାରିନି । ଓଡିଶାର ୭ ଟି ସହରର ଜେଇ ଓ ନିଟ୍ ପରୀକ୍ଷା ହେବାକୁ ଯାଉଛି । ପରୀକ୍ଷା ନିଷ୍ପତ୍ତି ନେଇ ଲକ୍ଷାଧିକ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ବିପଦ ମୁହଁକୁ ଠେଲି ଦିଆଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons