ଜେଏନ୍ୟୁ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ:ଦିଲ୍ଲୀ ପୁଲିସର ଏଫ୍ଆଇଆର୍

Get real time updates directly on you device, subscribe now.

ନୂଆଦିଲ୍ଲୀ: ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଜବାହରଲାଲ ନେହରୁ ବିଶ୍ୱବିଶ୍ୱବିଦ୍ୟାଳୟ (ଜେଏନ୍ୟୁ) ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନକୁ ନେଇ ଦିଲ୍ଲୀ ପୁଲିସ ମଙ୍ଗଳବାର ଏଫ୍ଆଇଆର୍ ଦାଖଲ କରିଛି । ଜେଏନ୍ୟୁ ପରିସରରେ ଥିବା ବିବେକାନନ୍ଦଙ୍କ ମୂର୍ତ୍ତି ଭଙ୍ଗାରୁଜାକୁ କେନ୍ଦ୍ରକରି ପୁଲିସ ଏହି ପଦକ୍ଷେପ ନେଇଛି । ଅନ୍ୟପକ୍ଷରେ ଫି’ ବୃଦ୍ଧି ନିଷ୍ପତ୍ତି ସମ୍ପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ବିକ୍ଷୋଭ ଏବଂ ପୁଲିସର କାର୍ଯ୍ୟାନୁÂାନ ପ୍ରସଙ୍ଗ ମଙ୍ଗଳବାର ସଂସଦରେ ଉଠିଛି ।
ଜଣେ ବରିÂ ପୁଲିସ ଅଧିକାରୀ କହିଛନ୍ତି, ନଭେମ୍ବର ୧୭ରେ ଜେଏନ୍ୟୁ ଛାତ୍ରଛାତ୍ରୀମାନେ ବିରୋଧ ପ୍ରଦର୍ଶନ କରିବା ସହ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଦେଇଥିଲେ । ଏହାକୁ କୌଣସିମତେ ବରଦାସ୍ତ କରାଯାଇ ପାରିବ ନାହିଁ । ତେଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁÂାନ ଉଦେ୍ଧଶ୍ୟରେ ଏଫ୍ଆଇଆର୍ ଦାଖଲ ହୋଇଛି । ଉଲ୍ଲେଖଯୋଗ୍ୟ, ଜେଏନ୍ୟୁ ଛାତ୍ରଛାତ୍ରୀମାନେ ସୋମବାର ରାଜଧାନୀ ଦିଲ୍ଲୀରେ ଜୋରଦାର ବିରୋଧ ପ୍ରଦର୍ଶନ କରିଥିଲେ । ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆସିବାରୁ ସହରର ଅନେକ ସ୍ଥାନରେ ଟ୍ରାଫିକ୍ ଜାମ୍ ପରିସ୍ଥିତି ଉପୁଜିଥିଲା । ୮ ଘଣ୍ଟା ଧରି ବିକ୍ଷୋଭ ପ୍ରଦର୍ଶନ ଯୋଗୁ ପାଖାପାଖି ୩୦ ପୁଲିସ କର୍ମୀ ଏବଂ ୧୫ ଛାତ୍ର ଆହତ ହୋଇଥିଲେ ।
ଜେଏନ୍ୟୁ ଛାତ୍ରଛାତ୍ରୀଙ୍କ ଏଭଳି ବିକ୍ଷୋଭ ଏବଂ ପୁଲିସର କାର୍ଯ୍ୟାନୁÂାନକୁ ନେଇ ଲୋକସଭାରେ ଆଜି ହଙ୍ଗାମା ହୋଇଥିଲା । ପୁଲିସ ଅତି ନିର୍ମମ ଭାବେ ଛାତ୍ରଛାତ୍ରୀଙ୍କ ଉପରେ ଲାଠି ମାଡ଼ କରିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ବହୁଜନ ସମାଜ ପାର୍ଟି (ବସପା) ସାଂସଦ ଦାନିଶ ଅଲ୍ଲୀ କହିଛନ୍ତି । ସରକାର ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିଦେ୍ର୍ଧଶ ଦେବା ଆବଶ୍ୟକ । ଏହି ଘଟଣା ଅତ୍ୟନ୍ତ ନିନ୍ଦନୀୟ ଏବଂ ସରକାର କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ ବୋଲି ଅଲ୍ଲୀ ଦାବି କରିଛନ୍ତି ।
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ନାମ ଡକାଯିବା ପରେ ୟୁପି ଅମରୋହା ସାଂସଦ ଅଲ୍ଲୀ କହିଛନ୍ତି, ଆଜି ମୁଁ ଏକ ମହତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇବାକୁ ଚାହୁଁଛି । ଜେଏନ୍ୟୁ ଛାତ୍ରଛାତ୍ରୀଙ୍କ ଉପରେ ଯେଉଁଭଳି ଭାବେ ଲାଠି ପ୍ରହାର କରାଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ । ଦିଲ୍ଲୀ ପୁଲିସ ଅତ୍ୟନ୍ତ ବର୍ବର ଭାବେ ଏହି କାର୍ଯ୍ୟାନୁÂାନ ନେଇଛି । ସରକାର ଏଥିପାଇଁ କ୍ଷମା ମାଗିବା ଆବଶ୍ୟକ । କଂଗ୍ରେସ ନେତା ଟି ଏନ୍ ପ୍ରାଥପନ୍ କହିଛନ୍ତି, ଜେଏନ୍ୟୁ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ମାତ୍ରାଧିକ କାର୍ଯ୍ୟାନୁÂାନକୁ ମୁଁ ନିନ୍ଦା କରୁଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons