ଭୁବନେଶ୍ୱର,(ବି.ବି.ବୁ୍ୟରୋ):ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର ଲିମିଟେଡ(ଜେଏସ୍ପିଏଲ୍)କୁ ଆସୋଚାମ୍ ପକ୍ଷରୁ ୱିମେନ୍ ଆଚିଭର୍ସ ପୁରସ୍କାରରେ ପୁରସ୍କୃତ କରାଯାଇଛି । ଜେଏସ୍ପିଏଲ୍ ପକ୍ଷରୁ ଏହାର ପରିଚାଳନା ନିଦେ୍ର୍ଧଶକ ଭି.ଆର୍. ଶର୍ମା କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ନୂଆଦିଲ୍ଲୀଠାରେ ନଭେମ୍ବର ୧୩ରେ ଆୟୋଜିତ ୱିମେନ୍ ଲିଡରଶିପ୍ ଆଣ୍ଡ୍ ଏମ୍ପାୱାର୍ମେଣ୍ଟ ସମିଟ୍ରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।
ସ୍ୱାସ୍ଥ୍ୟ, ଜୀବିକା, ଶିକ୍ଷା, କ୍ରୀଡା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ବହୁମୁଖୀ କାର୍ଯ୍ୟକ୍ରମ ଯୋଗୁ ନବୀନ ଜିନ୍ଦଲ ପରିଚାଳିତ ଏହି କମ୍ପାନିକୁ ଆସୋଚାମ୍ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । ଜେଏସ୍ପିଏଲ୍ର ସିଏସ୍ଆର୍ ସଂସ୍ଥା ଜେଏସ୍ପିଏଲ୍ ଫାଉଣ୍ଡେସନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଏହି କାର୍ଯ୍ୟକ୍ରମ ଦ୍ୱାରା ଓଡ଼ିଶା, ଛତିଶଗଡ, ଝାଡଖଣ୍ଡ ଏବଂ ହରିୟାଣାର ୯ ଲକ୍ଷରୁ ଊଦ୍ଧ୍ୱର୍ ମହିଳା ଉପକୃତ ହୋଇପାରିଛନ୍ତି ।
ଜେଏସ୍ପିଏଲ୍କୁ ଅଭିନନ୍ଦନ ଜଣାଇ ଜେଏସ୍ପିଏଲ୍ ଫାଉଣ୍ଡେସନର ସହ-ଅଧ୍ୟକ୍ଷା ଶାଲୁ ଜିନ୍ଦଲ କହିଛନ୍ତି ଯେ, ବିଭିନ୍ନ ବହୁମୁଖୀ କାର୍ଯ୍ୟକ୍ରମ ଦ୍ୱାରା ଜେଏସ୍ପିଏଲ୍ ଫାଉଣ୍ଡେସନ ମହିଳାମାନଙ୍କ ବିକାଶ ନିମନ୍ତେ କାର୍ଯ୍ୟ କରିଆସୁଛି । ଏହି ଜାତୀୟ ପୁରସ୍କାର ଆମକୁ ଆହୁରି ଅପିକ କାର୍ଯ୍ୟ କରିବା ପାଇଁ ପ୍ରେରଣା ଯୋଗାଇବ ।


Comments are closed, but trackbacks and pingbacks are open.