ନୁଆଦିଲ୍ଲୀ : ବିଜେପି ସଂସଦୀୟ ବୋର୍ଡ ବୈଠକରେ ସୋମବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡାଙ୍କୁ ପାର୍ଟିର କାର୍ୟକାରୀ ଅଧ୍ୟକ୍ଷ ଭାବେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଜେପି ନଡ୍ଡାଙ୍କ ବିଜେପି କାର୍ୟକାରୀ ଅଧ୍ୟକ୍ଷ ରୂପେ ନିଯୁକ୍ତି ପରେ ମୋଦି ସରକାର ଡିଫେନ୍ସ ମିନିଷ୍ଟର ରାଜନାଥ ସିଂହ ମିଡିଆକୁ ଏନେଇ ସୂଚନା ଦେଇଛନ୍ତି । ରାଜନାଥ ସିଂ କହିଛନ୍ତି ଯେ ଜେ ପି ନଡ୍ଡାଙ୍କୁ କାର୍ୟକାରୀ ଅଧ୍ୟକ୍ଷ ବନାଇବା ପାଇଁ ସଂସଦୀୟ ବୋର୍ଡ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଛି । ତେବେ ସୂଚନା ଅନୁସାରେ ଗୃହମନ୍ତ୍ରୀ ଅମିତ ଶାହ ଡିସେମ୍ବର ପର୍ୟନ୍ତ ବିଜେପି ଅଧ୍ୟକ୍ଷ ପଦରେ ରହିବେ । ରାଜନାଥ ସିଂହ କହିଛନ୍ତି ଯେ ବିଜେପି, ଅମିତ ଶାହଙ୍କ ନେତୃତ୍ୱରେ ଅନେକ ନିର୍ବାଚନ ଜିତିଛି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଗୃହ ମନ୍ତ୍ରାଳୟର କାର୍ୟଭାର ମିଳିବା ପରେ ଅମିତ ଶାହ ନିଜେ କହିଥିଲେ ଯେ ବିଜେପି ଅଧ୍ୟକ୍ଷ ପଦର ଦାୟିତ୍ୱ ଅନ୍ୟ କାହାକୁ ଦିଆଯିବା ଉଚିତ୍ । ରାଜନାଥ କହିଛନ୍ତି ଯେ ବିଜେପି ସଂସଦୀୟ ବୋର୍ଡ ଜେପି ନଡ୍ଡାଙ୍କୁ କାର୍ୟକାରୀ ଅଧ୍ୟକ୍ଷ ଭାବେ ଚୟନ କରିଛି ।
Comments are closed, but trackbacks and pingbacks are open.