ଜେଲ୍ ଡିଜି ଭାବେ ଦାୟିତ୍ୱ ନେଲେ ସନ୍ତୋଷ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜେଲ୍ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୧୯୮୮ ବ୍ୟାଚ୍ର ବରିÂ ଆଇପିଏସ୍ ଅଫିସ୍ର ସନ୍ତୋଷ ଉପାଧ୍ୟୟ । ଜେଲ୍ ବିଭାଗରେ ଥିବା ସମସ୍ୟା ଓ ଜେଲ୍ର ଉନ୍ନତି ବିଷୟରେ ସରକାରଙ୍କ ସହ ଆଲୋଚନା କରି କାମ କରିବେ ବୋଲି ସେ ସୂଚନା ଦେଇଛନ୍ତି । ସରକାରଙ୍କ ‘୫ ଟି’ ବ୍ୟବସ୍ଥାରେ କାମ କରିବାକୁ ଶ୍ରୀ ଉପାଧ୍ୟୟ ନିଷ୍ପତ୍ତି ନେଇଛନ୍ତି । ସେ ଦାୟିତ୍ୱ ନେଲା ପରେ ତାଙ୍କୁ ଅନ୍ୟ କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ଉପାଧ୍ୟୟ କ୍ରାଇମ୍ ବ୍ରାଞ୍ଚର ଏଡିଜି ଥିଲା ବେଳେ ଅନେକ ସଫଳତା ପାଇଥିଲେ । ପଥର ମାଫିଆ, କୁଖ୍ୟାତ ନିଶା ବେପାରୀ, ଚିଟ୍ଫଣ୍ଡ ଠକ ଓ ଅନେକ ବିଲ୍ଡରଙ୍କ ବିରୋଧରେ କାର୍ଯ୍ୟାନୁÂାନ ଗ୍ରହଣ କରିଥିଲେ । ଜେଲ୍ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଅନେକ ପରିବର୍ତ୍ତନ ଆସିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons