ଜେଲ୍ ପାଚେରି ଡେଇଁ କଏଦୀ ଚମ୍ପଟ୍

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ୍): ଜେଲ ପାଚେରି ଡେଇଁ ବିଚାରାଧୀନ ବନ୍ଦୀ ଚମ୍ପଟ୍ । ବଳାକ୍ରାର ମାମଲାରେ ଗିରଫ ହୋଇ ଛତ୍ରପୁର ସବ୍ଜେଲର ବିଚାରାଧୀନ ବନ୍ଦୀ କବିରାଜ ବେହେରା(୨୩) ଫେରାର୍ ହୋଇଥିଲେ, ତେବେ ଫେରିଲେ ୩୦ ଘଣ୍ଟା ପରେ । ଘଟଣାରେ ଚିଫ୍ ୱାର୍ଡରଙ୍କୁ ନିଲମ୍ବିତ କରାଯାଇଛି । କଏଦୀ ଫେରାର୍ ସଂପର୍କରେ ଛତ୍ରପୁର ଥାନାରେ ଲିଖିତ ଅଭିଯାଗ କରିଥିଲେ ଜେଲ ଅଧୀକ୍ଷକ ଶୁଭସ୍ମିତା ବିଶ୍ୱାଳ । ଅଭିଯୋଗ ପରେ ଘଟଣାସ୍ଥଳରେ ଛତ୍ରପୁର ଏସ୍ଡିପିଓ ଗୌତମ କିଷାନ ଓ ଥାନା ଆଇଆଇସି ପ୍ରିୟଷ ରଞ୍ଜନ ଛୋଟରାୟ ପହଞ୍ଚିି ତଦନ୍ତ କରିଥିଲେ । ଗତକାଲି ସନ୍ଧ୍ୟାରେ କବିରାଜ ଜେଲ ପଛପଟ କାନ୍ଥ ଡେଇଁ ଫେରାର ହୋଇଥିବା ବ୍ରହ୍ମପୁର ଜେଲ ଡିଆଇଜି ରଘୁନାଥ ମାଝୀ ସୂଚନା ଦେଇଛନ୍ତି । ଗତକାଲି ସନ୍ଧ୍ୟା ପୂର୍ବରୁ ଜେଲ ପାଚେରି ଡେଇଁ ଚମ୍ପଟ୍ ମାରିଥିବା ଅଭିଯୁକ୍ତ ଆଜି ରାତି ୧୦ଟା ୧୫ରେ ଜେଲ୍କୁ ଆସି ଆତ୍ମସମର୍ପଣ କରିଛନ୍ତି । ଡିଆଇଜି କହିଛନ୍ତି ଯେ ସିସିଟିଭି କ୍ୟାମେରା ଯାଞ୍ଚ କରିବା ପରେ ପୂରା ତଥ୍ୟ ପଦାକୁ ଆସିବ । ସେହି ସମୟରେ ଜଣେ ଗାର୍ଡ ଡୁ୍ୟଟିରେ ନିୟୋଜିତ ହୋଇଥିଲେ । କର୍ମଚାରୀଙ୍କ ଅବହେଳାକୁ ଡିଆଇଜି ସ୍ୱୀକାର କରିବା ସହ ଛତ୍ରପୁର ଜେଲ୍ର ଚିଫ୍ ୱାର୍ଡର ଚିତ୍ତ ରଞ୍ଜନ ନାୟକଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ଦେଇଛନ୍ତି । ଡିଆଇଜିଙ୍କ ସହ ବ୍ରହ୍ମପୁର ଜେଲ୍ ଅଧୀକ୍ଷକ ଏ.କେ ସିହ୍ନା ଉପସ୍ଥିତ ଥିଲେ ।
ଗତକାଲି ସନ୍ଧ୍ୟା ପରେ କଏଦୀମାନଙ୍କୁ ସମ୍ପୃକ୍ତ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ୱାଡର଼୍ର ଗଣିବା ପରେ ୧୬୧ ଜଣ କଏଦୀଙ୍କ ମଧ୍ୟରୁ ୧୬୦ ଜଣ ଥିବା ଜଣାପଡ଼ିଥିଲା । ଜଣେ ବନ୍ଦୀ ନିଖୋଜ ଥିବା ଜାଣିବା ପରେ ଜେଲ୍ କର୍ତ୍ତୃପକ୍ଷ ତନାଘନା କରିଥିଲେ । ଛତ୍ରପୁର ପୁଲିସକୁ ଖବର ଦେଇଥିଲେ । ଫେରାର ହୋଇଥିବା କବିରାଜ ବେହେରାଙ୍କ ଘର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମ । ସେ ଗତ ମାର୍ଚ୍ଚ ମାସରେ ଛତ୍ରପୁର ଥାନା ଅଞ୍ଚଳରେ ଘଟିଥିବା ବଳାକ୍ରାର ମାମଲାରେ ସମ୍ପୃକ୍ତ ଅଭିଯୋଗରେ ବିଚରାଧୀନ ବନ୍ଦୀ ଥିଲା । ଛତ୍ରପୁର ଥାନା କେସ୍ ୪୧/୨୦୧୯ରେ ଗତ ମାସ ୭ରେ ଗିରଫ ହୋଇ କୋର୍ଟ ଚାଲାଣ କରିଥିଲା । ଜାମିନ ନାମଞ୍ଜୁର ହେବାରୁ ଛତ୍ରପୁର ଜେଲକୁ ପଠାଇ ଦିଆଯାଇଥିଲା । ଏକ ମାସ ପରେ ସେ ଫେରାର ହୋଇଯାଇଛି । ବନ୍ଦୀ ଜଣକ କିପରି ପାଚେରି ଡେଇଁଲା ତାହା ସନେ୍ଦହ ଘେରକୁ ଆସିଛି । ଏନେଇ ଅଧିକ ସୂଚନା ଦେବାକୁ ଛତ୍ରପୁର ଜେଲ୍ ଅଧୀକ୍ଷକ ମନା କରିଛନ୍ତି । କାନ୍ଥ ଡେଇଁ ଚମ୍ପଟ୍ ମାରିବା ସମୟରେ ସେ ଗୁରୁତର ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons