ଜ୍ୟୋତିରାଦିତ୍ୟଙ୍କୁ ନେଇ ମୁହଁ ଖୋଲିଲେ ରାହୁଲ, କହିଲେ ବିଜେପିରେ ତାଙ୍କୁ ମିଳିବନି ସମ୍ମାନ କିମ୍ବା ଶାନ୍ତି

Get real time updates directly on you device, subscribe now.

ନୂଆଦିଲ୍ଲୀ : ଜ୍ୟୋତିରାଦିତ୍ୟ ସିନ୍ଧିଆ ବୁଧବାର ବିଜେପିରେ ଯୋଗଦେଇଛନ୍ତି। ତେବେ ସିନ୍ଧିଆ ପଦ୍ମ ଧରିବାର ଦିନକ ପରେ ମୁହଁ ଖୋଲିଛନ୍ତିରାହୁଲ ଗାନ୍ଧି। ସେ ଏହାକୁ ବିଚାରର ଲଢେଇ ବୋଲି କହିଛନ୍ତି। ଗୋଟିଏ ପଟେ କଂଗ୍ରେସ ବିଚାରଧାରା ଅନ୍ୟପଟେ ଆରଏସ୍ଏସ୍ ବିଚାରଧାରା। ସିନ୍ଧିଆଙ୍କୁ ତାଙ୍କ ରାଜନୈତିକ କ୍ୟାରିୟରକୁ ନେଇ ଡର ଥିଲା। ଏଣୁ ସେ ଆରଏସଏସ୍ ସହ ଯିବାକୁ ଚିନ୍ତା କଲେ ବୋଲି ରାହୁଲ କହିଛନ୍ତି। ତେବେ ନ୍ଧିଆଙ୍କ ସହ ତାଙ୍କର ବନ୍ଧୁତ୍ୱ ବେଶ ଗଭିର। ସେ ତାଙ୍କର କଲେଜ ଦିନର ସାଥୀ ତିଲେ ଏଣୁ ତାଙ୍କୁ ଭଲ ଭାବେ ଜାଣିଛନ୍ତି। ତାଙ୍କ ସହ ଆଗକୁ ମଧ୍ୟ ବନ୍ଧୁତ୍ୱ ରହିବ ବୋଲି କହିଛନ୍ତି ରାହୁଲ।ସିନ୍ଧିଆ ତାଙ୍କ ବିଚାରକୁ ପକେଟ୍‌ରେ ରଖି ଆଗକୁ ଗୋଡ ବଢେଇଛନ୍ତି। ହେଲେ ସେ ନେଇଥିବା ପଦକ୍ଷେପରେ କେବେବି ହେଲେ ସନ୍ତୁଷ୍ଟ ହୋଇପାରିବେନି। କଂଗ୍ରେସରେ ତାଙ୍କର ଯେଉଁ ଚେହେରା ଥିଲା ତାହା ବିଜେପିରେ ରହିବ ନାହିଁ ବୋଲି କହିଛନ୍ତି ରାହୁଲ। ସିନ୍ଧିଆ ଯାହା କହୁଛନ୍ତି ତାଙ୍କ ମନରେ ନାହିଁ ବୋଲି ରାହୁଲ କହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ତେବେ ସିନ୍ଧିଆଙ୍କ ଦଳ ତ୍ୟାଗ ପରେ କଂଗ୍ରେସରେ ଉପୁଜିଥିବା ପରିସ୍ଥିତି ଏବେ ମଧ୍ୟପ୍ରଦେଶ ସରକାର ଲାଗି ଚିନ୍ତାଜନକ ହୋଇଛି। କମଲନାଥଙ୍କ ମନ୍ତ୍ରୀମଣ୍ଡଳର ୨୨ ଜଣ ବିଧାୟକ ସେମାନଙ୍କର ଇସ୍ତଫା ଦେଇ ସାରିଥିବା ବେଳେ ରାଜ୍ୟରେ ସରକାର ଏବେ ସଙ୍କଟରେ ପଡିଯାଇଛି। ସିନ୍ଧିଆ ଗତବର୍ଷ ଠାରୁ ଦଳର ନିଷ୍ପତିରେ ଅସନ୍ତୁଷ୍ଟ ରହୁଥିଲେ। ଯାହା ଏବେ ବିସ୍ଫୋରଣ ହୋଇଥିବା ବେଳେ ସେ ଏବେ ବିଜେପିରେ ସାମିଲ ହୋଇଯାଇଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons