ଝାଡ଼ଖଣ୍ଡରେ କ୍ଷମତାରୁ ଯିବ ବିଜେପି,ଏକଜିଟ୍ ପୋଲରେ ସୋରେନଙ୍କୁ ଭୋଟରଙ୍କ ପସନ୍ଦ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ ଆସନରେ ଶୁକ୍ରବାର ମତଦାନ ଶେଷ ହୋଇଛି । ପ୍ରାର୍ଥୀମାନଙ୍କ ଭାଗ୍ୟ ଇଭିଏମ୍ରେ ବନ୍ଦ ହୋଇଛି । ତେବେ ଆଜି ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଏକ୍ଜିଟ୍ ପୋଲ୍ ରିପୋର୍ଟ ପ୍ରକାଶ ପାଇଛି । ଅଧିକାଂଶ ଏକ୍ଜିଟ୍ ପୋଲ୍ ରିପୋର୍ଟ ଦର୍ଶାଇଛି ଯେ ଝାଡ଼ଖଣ୍ଡରେ ଏଥର ଜେଏମ୍ଏମ୍-କଂଗ୍ରେସ-ଆର୍ଜେଡି ମେଣ୍ଟ ସରକାର ଗଠନ କରିବ । ବିଜେପି ସରକାରର ପତନ ଘଟିବ ।
ଇଣ୍ଡିଆ ଟୁଡେ ଓ ଏକ୍ସିସ୍ ମାଇଁ ଇଣ୍ଡିଆର ଏକ୍ଜିଟ୍ ପୋଲ୍ ମୁତାବକ ବିଜେପି ୨୨-୩୨ଟି ଆସନ ପାଇବ । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ୍)-କଂଗ୍ରେସ-ଆରଜେଡି ମେଣ୍ଟକୁ ୩୮ରୁ ୫୦ ଆସନ ମିଳିବ । ଭୋଟ୍ ଭାଗକୁ ଦେଖିଲେ ବିଜେପିକୁ ୩୪ଧ ଓ ଜେଏମ୍ଏମ୍ ମେଣ୍ଟକୁ ୩୭ଧ ମିଳିବ ବୋଲି କୁହାଯାଉଛି । ତେବେ ଆସନ୍ତା ୨୩ ତାରିଖରେ ଭୋଟ୍ ଗଣତି ହୋଇ ପ୍ରକୃତ ଫଳାଫଳ ପ୍ରକାଶ ପାଇବ ।
ଅନ୍ୟପକ୍ଷରେ କସିସ୍ ନୁ୍ୟଜ୍ ଏକ୍ଜିଟ୍ ପୋଲ୍ ମୁତାବକ ଜେଏମ୍ଏମ୍-କଂଗ୍ରେସ-ଆର୍ଜେଡି ମେଣ୍ଟକୁ ପାଖାପାଖି ୩୭-୪୯ ଆସନ ମିଳିବାକୁ ଥିବା ବେଳେ ବିଜେପିକୁ ୨୫-୩୦ ଆସନ ମିଳିବ । ଆଇଏଏନ୍ଏସ୍-ସିଭୋଟର-ଏବିପି ସର୍ଭେ ଦର୍ଶାଇଛି ଯେ ଜେଏମ୍ଏମ୍-କଂଗ୍ରେସ-ଆରଜେଡି ମେଣ୍ଟ ୩୫ ଆସନ ପାଇବ । ବିଜେପି ୩୨ ଆସନ ହାତେଇବ ।
ଟାଇମ୍ସ ନାଓ ରିପୋର୍ଟ କହିଛି ଯେ କଂଗ୍ରେସ-ଜେଏମ୍ଏମ୍-ଆର୍ଜେଡି ମେଣ୍ଟକୁ ୪୪ ଆସନ ମିଳିବାକୁ ଥିବା ବେଳେ ବିଜେପି ୨୮ଟି ପାଇବ । ସେହିଭଳି ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ଜେଭିଏମ୍) ୩ଟି ଆସନ ଓ ଅନ୍ୟମାନେ ୬ଟି ଆସନ ପାଇବେ । ସୁଦେଶ ମହାତୋଙ୍କ ନେତୃତ୍ୱାଧୀନ ଅଲ୍ ଝାଡ଼ଖଣ୍ଡ ଷ୍ଟୁଡେଣ୍ଟ୍ସ ୟୁନିୟନ୍ (ଏଜେଏସ୍ୟୁ) ୫ଟି ଆସନ ପାଇବ ବୋଲି ଇଣ୍ଡିଆ ଟୁଡେ-ଏକ୍ସିସ୍ ମାଇଁ ଇଣ୍ଡିଆ ଏବଂ ଆଇଏଏନ୍ଏସ୍-ସିଭୋଟର-ଏବିପି ଏକ୍ଜିଟ୍ ପୋଲ୍ ଦର୍ଶାଇଥିବା ବେଳେ ଟାଇମ୍ସ ନାଓ ଏହି ଦଳକୁ ଶୂନ ଅଙ୍କ ଦେଇଛି ।
ଉଲ୍ଲେଖଯୋଗ୍ୟ, ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ ଆସନ ପାଇଁ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁÂିତ ହୋଇଥିଲା । ପ୍ରଥମ ପର୍ଯ୍ୟାୟ ନଭେମ୍ବର ୩୦, ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୧୬ ଏବଂ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଡିସେମ୍ବର ୨୦ରେ ହୋଇଥିଲା । ଆସନ୍ତା ୨୩ ତାରିଖରେ ନିର୍ବାଚନ ଫଳ ପ୍ରକାଶ ପାଇବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons