ଝାରସୁଗୁଡ଼ା ଡାକ୍ତରଖାନା ସ୍ଥିତି ପରଖିଲେ ଭି.କେ. ପାଣ୍ଡିଆନ

Get real time updates directly on you device, subscribe now.

ଝାରସୁଗୁଡ଼ା, (ବି.ବି.ନୁ୍ୟଜ୍): ଝାରସୁଗୁଡ଼ା ଜିଲ୍ଲା ସଦର ଡାକ୍ତରଖାନାକୁ ଆକସ୍ମିକ ପରିଦର୍ଶନରେ ପହଞ୍ଚିଥିଲେ ୫ଟି ସଚିବ ଭି.କେ ପାଣ୍ଡିଆନ । ସାଙ୍ଗରେ ଥିଲେ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର । ହଠାତ ତିନି ଅଧିକାରୀଙ୍କ ଆଗମନରେ ଡାକ୍ତରଖାନା ପରିସର ଚଳଚଞ୍ଚଳ ହୋଇପଡ଼ିଥିଲା । ଅଧିକାରୀମାନେ ଡାକ୍ତରଖାନା ପରିସର, ପରିବେଶ ଓ ପରିଛନ୍ନତା ତଦାରଖ କରିବା ସହ ୱାର୍ଡକୁ ଯାଇ ରୋଗୀଙ୍କ ସହ ସୁବିଧା, ଅସୁବିଧା ପଚାରି ବୁଝିଥିଲେ ।
ଆଜି ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ସଚିବ ଶ୍ରୀ ପାଣ୍ଡିଆନ, କମିଶନର ଶ୍ରୀ ମହାପାତ୍ର ଏବଂ ଯୁଗ୍ମସଚିବ ଶ୍ରୀମତୀ କୁମାର ଝାରସୁଗୁଡ଼ା ବିମାନବନ୍ଦରରୁ ଓହ୍ଲାଇ ସଦର ହସ୍ପିଟାଲରେ ପହଞ୍ଚିଥିଲେ । ଏବେ ମୋ ସରକାର ଯୋଜନାକୁ ଅଧିକ କ୍ରିୟାଶୀଳ କରିବାକୁ ସରକାରଙ୍କ ପକ୍ଷରୁ ଏବଂ ଡାକ୍ତରଖାନାର ବାସ୍ତବ ସ୍ଥିତି ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ । କାର୍ଯ୍ୟକ୍ଷେତ୍ରରେ କର୍ମଚାରୀ ଓ ଅଧିକାରୀ କିପରି ଅଧିକ ସକ୍ରିୟ ରହିବେ ଓ ଅଧିକରୁ ଅଧିକ ଜନସାଧାରଣ କିଭଳି ଉପକୃତ ହୋଇପାରିବେ, ଉନ୍ନତ ସେବା ପାଇଁ ଆଉ ଅଧିକ କ’ଣ କରାଯାଇ ପାରିବ ସେନେଇ ସଚିବ ଶ୍ରୀ ପାଣ୍ଡିଆନଙ୍କ ସମେତ ଅନ୍ୟମାନେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ଅପରାହ୍ନ ପ୍ରାୟ ସାଢେ଼ ୧୨ଟା ବେଳେ ସେମାନେ ପୁନଃ ଝାରସୁଗୁଡ଼ା ବିମାନବନ୍ଦରରୁ ଭୁବନେଶ୍ୱର ଅଭିମୁଖେ ଫେରିଯାଇଥିଲେ ।
ଜିଲ୍ଲାପାଳ ସରୋଜ ସାମଲ, ଆରକ୍ଷୀ ଅଧୀକ୍ଷକ ଅଶ୍ୱିନୀ ମହାନ୍ତି, ସିଡିଏମଓଙ୍କ ସହ ଜିଲ୍ଲାସ୍ତରୀୟ ତଥା ଡାକ୍ତରଖାନାର ପଦସ୍ଥ ଅଧିକାରୀଗଣ ଗସ୍ତ ସମୟରେ ଉପସ୍ଥିତ ରହି ସେବା ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ । ସହରର ବହୁ ବୁଦ୍ଧିଜୀବୀ ୫ଟି ସଚିବଙ୍କୁ ସାକ୍ଷାତ କରିବା ପାଇଁ ଆସିଥିଲେ, ମାତ୍ର ସଚିବଙ୍କୁ ଭେଟ କରିନପାରି ନିରାଶରେ ଫେରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons