ଝିଅ ସହ ମିଶି ସ୍ୱାମୀକୁ ପିଟିପିଟି ମାରିଦେଲେ

Get real time updates directly on you device, subscribe now.

ରାଉରକେଲା,(ବି.ବି.ନୁ୍ୟଜ୍): ରାଉରକେଲା ବିଶ୍ରା ଥାନା ଅନ୍ତର୍ଗତ କାଳିଆପୋଷ ଗାଁରେ ଜଣେ ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀ ଓ ଝିଅ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାଁ ଏତୁଆ ମୁଣ୍ଡାରୀ । ଅଭିଯୁକ୍ତ ଦ୍ୱୟଙ୍କ ବୟସ ୩୫ ଓ ୧୯ ବୋଲି ଜଣାପଡିଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଏତୁଆ ପ୍ରତିଦିନ ମଦ ପିଇ ଆସି ମାଆ ଓ ଝିଅଙ୍କୁ ମାରପିଟ୍ କରୁଥିଲେ । ଗତକାଲି ବି ସେମିତି ହୋଇଥିଲା । ଏତୁଆ ଭୋରରେ ମାଆ, ଝିଅ ଶୋଇଥିବା ବେଳେ ସେମାନଙ୍କୁ ଉଠାଇ ଗାଳିକୁଲଜ କରିବା ସହ ମାଡ଼ ମାରିଥିଲା । ଏହାପରେ ମା- ଝିଅ ମିଶି କାଠ ଫାଳିଆରେ ଏବଂ ବାଡ଼ିରେ ପିଟିପିଟି ଏତୁଆଙ୍କୁ ମାରିଦେଇଥିଲେ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଏଥିସହ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମାଆ, ଝିଅ ହତ୍ୟା କରିଥିବା ନେଇ ପୋଲିସ ନିକଟରେ ସ୍ୱୀକାର କରିଥିଲେ । ଏହାପରେ ଆଜି ସକାଳେ ଉଭୟଙ୍କୁ ପୋଲିସ ଗିରଫ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons