ଭଦ୍ରକ : ଝିଟିପିଟି ମିଶା ଖାଦ୍ୟ ଖାଇ ୫୭ ପିଲା ଅସୁସ୍ଥ ଘଟଣାରେ ସ୍କୁଲର ପ୍ରଧାନ ଶିକ୍ଷକ ନିଲମ୍ବିତ । କେଦାରପୁର ୟୁପି ସ୍କୁଲର ପ୍ରଧାନ ଶିକ୍ଷକ ଜନ୍ମେଜୟ ପଣ୍ଡାଙ୍କୁ ଦାୟିତ୍ୱରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି ।
୨ ଦିନ ତଳେ କେଦାରପୁର ୟୁପି ସ୍କୁଲରେ ମଧ୍ୟାହ୍ନଭୋଜନ ଖାଇ ପ୍ରାୟ ୫୭ ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡିଥିଲେ । ସମସ୍ତଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ସମସ୍ତ ଛାତ୍ରଛାତ୍ରୀ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ।
ସ୍କୁଲର ମୋଟ ୯୪ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୭ ଜଣ ଖାଇ ସାରିବା ପରେ କିଛି ଛାତ୍ରଛାତ୍ରୀ ଖାଦ୍ୟରେ ଏକ ମଲା ଝିଟିପିଟି ପଡ଼ିଥିବା ଦେଖିଥିଲେ । ଗାଁ ଲୋକେ ଜାଣିବା ପରେ ବିଦ୍ୟାଳୟରେ ପହଞ୍ଚି ହୋହାଲ୍ଲା କରିଥିଲେ । ଘଟଣା ପରେ ଭୟରେ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ଛୁଟି ଘୋଷଣା କରିଥିଲେ । ତେବେ କର୍ତ୍ତବ୍ୟରେ ଅବହେଳା ନେଇ ଆଜି ପ୍ରଧାନ ଶିକ୍ଷକ ଜନ୍ମେଜୟ ପଣ୍ଡାଙ୍କୁ ନିଲମ୍ବିତ କରାଯାଇଛି ।


Comments are closed, but trackbacks and pingbacks are open.