ଭବାନୀପାଟଣା,(ବି.ବି.ନୁ୍ୟଜ୍): କଳାହାଣ୍ଡି ଜିଲ୍ଲାର କଲାମୁଣ୍ଡା ଫାଣ୍ଡି ଅନ୍ତର୍ଗତ ପୌରକେଲା ଓ ସିରାବହାଲ ନିକଟସ୍ଥ ଏକ ବରଗଛରୁ ଦୁଇଟି ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ରବିବାର ସକାଳେ ସ୍ଥାନୀୟ ଲୋକେ ବରଗଛରେ ଝୁଲନ୍ତା ମୃତଦେହ ଦେଖଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟେ୍ରଟ୍ଙ୍କ ଉପସ୍ଥିତିରେ ମୃତଦେହ ଉଦ୍ଧାର କରିଥିଲା । ତେବେ ମୃତକଦ୍ୱୟ ପ୍ରେମୀ ଯୁଗଳ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣି ପାରିଛି । ଅନ୍ୟପକ୍ଷରେ ସେମାନେ ଆତ୍ମହତ୍ୟା କରିଛନ୍ତି ନା ହତ୍ୟା କରି ଝୁଲାଇ ଆତ୍ମହତ୍ୟାର ରୂପ ଦିଆଯାଇଛି ଶବ ବ୍ୟବଚ୍ଛେଦ ପରେ ଜଣାପଡିବ ବୋଲି କୁହାଯାଇଛି । ଏନେଇ ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.