ଟଙ୍କା ମାଗିବାରୁ ମା’କୁ ମାଡ଼ ମାରି ଘରୁ ବାହାର କରିଦେଲେ ପୁଅବୋହୂ

Get real time updates directly on you device, subscribe now.

ଫୁଲବାଣୀ: ଆଜିର ସ୍ୱାର୍ଥପର ଦୁନିଆରେ କିଛି ପଇସା ପାଇଁ ବାପାମା’ଙ୍କୁ ପର କରିଦେଉଛନ୍ତି ବହୁ ପିଲା। ଏପରିକି ବାପାମା’ଙ୍କ ଉପରକୁ ହାତ ଉଠାଇବାକୁ ବି ପଛାଉ ନାହାନ୍ତି। କନ୍ଧମାଳ ଜିଲ୍ଲାର ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ଅମଲାପଡ଼ା ଗାଁରେ ଏପରି ଚିତ୍ର ଦେଖିବାକୁ ମିଳିଛି।
ଏହି ଗାଁର କୁନ୍ତଳା ନାୟକଙ୍କର ୩ ପୁଅ, ଗୋଟିଏ ଝିଅ ଥିବା ବେଳେ ପରିଣତ ବୟସରେ କିନ୍ତୁ ସେମାନେ ଝିଅ ପାଖରେ ରହୁଛନ୍ତି। ପୁଅମାନେ ମା’କୁ ପ୍ରତି ମାସ ଚଳିବାକୁ କିଛି ଟଙ୍କା ଦେବା ନିମନ୍ତେ ସ୍ଥିର ହୋଇଥିଲା। ହେଲେ ଗତ ୨ ମାସ ହେବ ଗାଁରେ ରହୁଥିବା ମଝିଆ ପୁଅ ଟଙ୍କା ଦେଇ ନ ଥିବାରୁ କୁନ୍ତଳା ଗତ ୧୧ ତାରିଖରେ ପୁଅ ପାଖରେ ପହଞ୍ଚିଥିଲେ।
ହେଲେ ଟଙ୍କା କଥା ଉଠିବାରୁ ମା’ ସହ ପୁଅବୋହୂଙ୍କର ବଚସା ହୋଇଥିଲା। ଆଉ ଶେଷରେ ମାଡ଼ ମାରି ଘରୁ ବିଦା କରି ଦେଲେ। ଘଟଣାକୁ ୪ ଦିନ ବିତିଯାଇଥିଲେ ବି ଏହାର ସମାଧାନ ହୋଇ ନ ପାରିବାରୁ ଶେଷରେ ମା’ ଥାନାର ଦ୍ୱାରସ୍ଥ ହୋଇଛି। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons