ଟାଟା, ବେଦାନ୍ତ ଖଣି ଲିଜ୍ ମାର୍ଚ୍ଚରେ ସରୁଛି

Get real time updates directly on you device, subscribe now.

ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚରେ ଅନେକ ଅଣ-କ୍ୟାପ୍ଟିଭ୍ ଖଣିର ଲିଜ୍ ଅବଧି ଶେଷ ହେଉଛି । ସରକାର ଏହି ଲିଜ୍ ଅବଧିକୁ ଆଉ ବଢ଼ାଇବାକୁ ଚାହୁଁନାହାନ୍ତି । ବରଂ ଏହି ଖଣିଗୁଡ଼ିକର ସାନି ନିଲାମ ପାଇଁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ୩୧ରେ ଅନେକ ଖଣିର ଲିଜ୍ ଅବଧି ନିର୍ଦ୍ଧାରିତ ୫୦ ବର୍ଷ ପୂରଣ କରିବାକୁ ଯାଉଛି । ଫଳରେ ଟାଟା ଓ ବେଦାନ୍ତ ଭଳି ଅନେକ ପ୍ରମୁଖ ସଂସ୍ଥା ହାତରୁ ଖଣି ଚାଲିଯିବ ।
ସରକାର ଯଦି ଉକ୍ତ ଖଣିଗୁଡ଼ିକର ଲିଜ୍ ଅବଧି ବୃଦ୍ଧି ନ କରନ୍ତି, ତେବେ ଟାଟା ଷ୍ଟିଲ୍, ବେଦାନ୍ତ ଲିମିଟେଡ୍, ଏସେଲ୍ ମାଇନିଂ, ଭି ଏମ୍ ସାଲଗୋଓକର ଏବଂ ରୁଙ୍ଗ୍ଟା ମାଇନ୍ସ ଭଳି ସଂସ୍ଥାର ପାଖାପାଖି ୩୩୪ଟି ଖଣି ଉପରେ ପ୍ରଭାବ ପଡ଼ିବ । ଓଡ଼ିଶା ସମେତ ୧୦ଟି ରାଜ୍ୟରେ ଏହିସବୁ ଖଣି ରହିଛି । ଏହି ଖଣିଗୁଡ଼ିକ ମଧ୍ୟରୁ ୪୬ଟି ଖଣି ଦେଶର ଲୁହାପଥର, ମାଙ୍ଗାନିଜ୍ ଏବଂ କ୍ରୋମାଇଟ୍ ଉପôାଦନରେ ବିଶେଷ ଯୋଗଦାନ ରଖୁଛନ୍ତି । ତେଣୁ ସରକାରଙ୍କୁ ଏ ବାବଦରେ ଗୁରୁତ୍ୱର ସହ ବିଚାର କରି ନିଷ୍ପତ୍ତି ନେବାକୁ ହେବ ।
ଏକ ସୂତ୍ରରୁ ଜଣାପଡ଼ିଛି ଯେ ୨୦୨୦ ମାର୍ଚ୍ଚ ୩୧ରେ ଏହି ଖଣିଗୁଡ଼ିକର ଲିଜ୍ ଅବଧି ଶେଷ ହେଉଥିବା ବେଳେ ଏହା ପୂର୍ବରୁ ଜାନୁଆରୀ-ମାର୍ଚ୍ଚରେ ନିଲାମ ପ୍ରକ୍ରିୟା କାର୍ଯ୍ୟକାରୀ କରାଯିବ । ଫଳରେ ଲିଜ୍ ଅବଧି ଶେଷ ହେବା ବେଳକୁ ଖଣିଗୁଡ଼ିକୁ ପୁନଃ ଆବଣ୍ଟନ କରାଯିବ । ଏହାଦ୍ୱାରା ଉପôାଦନ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ନୀତି ଆୟୋଗ ଦ୍ୱାରା ଗଠନ କରାଯାଇଥିବା ଏକ ଉଚ୍ଚସ୍ତରୀୟ କମିଟି (ଏଚ୍ଏଲ୍ସି) ଏଭଳି ସୁପାରିସ ଦେଇଛି ।
ଖଣି ଶିଳ୍ପ କହିଛି ଯେ ଦେଶରେ କାର୍ଯ୍ୟକ୍ଷମ ଥିବା ସମସ୍ତ ଅଣ କ୍ୟାପ୍ଟିଭ୍ ଖଣିଗୁଡ଼ିକର ଲିଜ୍ ଅବଧି ୨୦୨୦ ପରେ ୧୦ ବର୍ଷ ପାଇଁ ବୃଦ୍ଧି କରାଯିବା ଆବଶ୍ୟକ । ଏହି ୧୦ ବର୍ଷ ପୂରଣ ପରେ ପୁଣି ୨୦ ବର୍ଷ ଏହାକୁ ସମ୍ପ୍ରସାରଣ କରାଯିବା ଉଚିତ । ଉପôାଦନକୁ ଏହା ସୁସଂଗଠିତ ରଖିବ ଏବଂ ଠିକ୍ ସମୟରେ ଖଣିଜ ଦ୍ରବ୍ୟ ଉପଲବ୍ଧ ହୋଇପାରିବ । ଏଭଳି ନହେଲେ ଶିଳ୍ପକୁ ଝଟ୍କା ଲାଗିବ, ଯାହା କୁପ୍ରଭାବ ଅର୍ଥନୀତି ଉପରେ ପଡ଼ିବ ବୋଲି ଘରୋଇ ଖଣି ସଂସ୍ଥାର ଜଣେ କାର୍ଯ୍ୟନିର୍ବାହୀ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons