ଟାୟାର ପଙ୍କଚର ଯୋଗୁଁ ରାସ୍ତାରେ ଅଧଘଣ୍ଟା ଅଟକିଲା ଆମ୍ବୁଲାନ୍ସ, ଗୁରୁତର ରୋଗୀଙ୍କୁ ନେଇ ଯାଉଥିଲା ବ୍ରହ୍ମପୁର ମେଡିକାଲ

Get real time updates directly on you device, subscribe now.

ବ୍ରହ୍ମପୁର : ବ୍ରହ୍ମପୁର ହିଞ୍ଜିଳିର ମୁଖ୍ୟ ରାସ୍ତାରେ ଅଟକିଲା ୧୦୮ ଆମ୍ବୁଲାନ୍ସ । ଆମ୍ବୁଲାନ୍ସର ଟାୟାର ପଙ୍କଚର ହୋଇଯିବା ଯୋଗୁଁ ଆମ୍ବୁଲାନ୍ସକୁ ଅଟକାଇବାକୁ ପଡିଥିଲା । ଗାଡିରେ ଷ୍ଟେପିନ୍ ଟାୟାର ନଥିବାରୁ ଅଧଘଣ୍ଟାରୁ ଅଧିକ ସମୟ ପର୍ୟ୍ୟନ୍ତ ଆମ୍ବୁଲାନ୍ସ ଅଟକି ରହିଥିଲା ।
ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବଡ଼ ମେଡିକାଲକୁ ଗୁରୁତର ଅବସ୍ଥାରେ ଜଣେ ସାପ କାମୁଡିଥିବା ମହିଳାଙ୍କୁ ଆମ୍ବୁଲାନ୍ସଟି ଭଞ୍ଜନଗର ମେଡିକାଲରୁ ବ୍ରହ୍ମପୁର ମେଡିକାଲ ଅଭିମୁଖେ ନେଇ ଯାତ୍ରା କରୁଥିଲା। ଗୁରୁତର ମହିଳା ହେଲେ ଭଞ୍ଜନଗର ହରିପୁରର ୫୦ ବର୍ଷ ବୟସ୍କା ସଚଳା ଗୌଡ । କିଛି ସମୟ ପରେ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସରେ ଗୁରୁତର ବ୍ୟକ୍ତିକୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons