ଜୟପୁର: କୁମ୍ଭାରସାହି ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଟଟ ବୁକିଂ ହୋଇ ନଥିଲେ ବି ଟିକା ଦେବାର ବ୍ୟବସ୍ଥା ହୋଇଥିବା ପ୍ରଚାର ପରେ କେନ୍ଦ୍ରକୁ ଆସିଥିଲେ ଅନେକ ଯୁବକଯୁବତୀ । କିନ୍ତୁ ସ୍ଲଟ ବୁକିଂ ହୋଇନଥିଲେ ଟିକା ଦିଆଯିବ ନାହିଁ ବୋଲି ମେଡିକାଲ କର୍ତ୍ତୃପକ୍ଷ କହିବା ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ସ୍ଲଟ ବୁକିଂ କରିନଥିବା ଯୁବକଯୁବତୀ ନିରାଶ ହୋଇ ଫେରିଥିଲେ ।
ଯୁବକଯୁବତୀଙ୍କ କହିବାକଥା, ସମସ୍ତଙ୍କ ନିକଟରେ ସ୍ମାର୍ଟ ଫୋନ ନାହିଁ । ଏଥିପାଇଁ ସ୍ମାର୍ଟଫୋନ ନଥିବା ଯୁବକଯୁବତୀ ଟିକା ନେଇପାରିନଥିଲେ । ଏହାକୁ ଦୃଷ୍ଟିରେ ରଖି ଟିକାକରଣ କେନ୍ଦ୍ରରେ ପଞ୍ଜୀକରଣ କରାଯିବ ଓ ଟିକା ଦେବାର ବ୍ୟବସ୍ଥା କରାଯିବ ବୋଲି ମାଇକରେ ପ୍ରଚାର କରାଯାଇଥିଲା । ଏ ସମ୍ପର୍କରେ ଜାଣିବା ପରେ ଆଜି ଟିକା ନେବାକୁ ଆସିଥିଲେ । କିନ୍ତୁ ସ୍ଲଟ ବୁକିଂ ହୋଇନଥିଲେ ଟିକା ଦିଆଯିବ ନାହିଁ ବୋଲି କର୍ମଚାରୀ କହିଥିଲେ । ଏପଟେ ସ୍ଲଟ ବୁକିଂ କରି ମଧ୍ୟ ଅନେକ ଯୁବକଯୁବତୀ ଆସିନଥିଲେ । ସେମାନଙ୍କ ବଦଳରେ ଯେଉଁମାନେ ଆସିଛନ୍ତି, ସେମାନଙ୍କୁ ଟିକା ଦେବାକୁ ନେହୁରା ହେଲେ ମଧ୍ୟ କେହି ଶୁଣିନଥିଲେ । ଏ ସମ୍ପର୍କରେ ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି, ସ୍ଲଟ ବୁକିଂ କରିଥିବା ଯୁବକଯୁବତୀଙ୍କୁ ହିଁ ଟିକାଦେବା ଲାଗି ନିଦେ୍ର୍ଧଶ ରହିଛି ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.