ଟିକାକରଣ ବନ୍ଦ ନେଇ ଅସନ୍ତୋଷ

Get real time updates directly on you device, subscribe now.

ଭୁବନ,(ବି.ବି.ନୁ୍ୟଜ): ମହାମାରୀ କରୋନା କାୟା ବିସ୍ତାର କରିଚାଲିଛି । କରୋନାର ଦ୍ୱିତୀୟ ଲହରି ଦେଖାଦେଇଥିବା ବେଳେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କୋଭିଡ଼୍ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆଗେଇ ଚାଲିଛି । ସରକାରଙ୍କ ନିଦେ୍ର୍ଧଶକ୍ରମେ ପ୍ରଥମେ କୋଭିଡ଼୍ ଯୋଦ୍ଧା ପରେ ବରିÂ ନାଗରିକ ଓ ବହୁବିଧ ରୋଗରେ ପୀଡ଼ିତ ବ୍ୟକ୍ତି ଏବଂ ଏବେ ୪୫ ବର୍ଷରୁ ଊଦ୍ଧ୍ୱର୍ ଲୋକଙ୍କୁ ସରକାରଙ୍କ ପକ୍ଷରୁ ମାଗଣାରେ କରୋନା ଟିକା ଦିଆଯାଉଛି । ତେବେ ପର୍ଯ୍ୟାପ୍ତ ପରିମାଣର ଟିକା ଉପଲବ୍ଧ ହୋଇପାରୁନଥିବାରୁ ଅସନ୍ତୋଷ ଦେଖାଦେଇଛି । ଗତ ଜାନୁଆରୀ ମାସରୁ ଆଜି ପର୍ଯ୍ୟନ୍ତ ଭୁବନ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମୁଦାୟ ୪୩୦୦ ଲୋକ କରୋନା ଟିକା ନେଇଛନ୍ତି । କରୋନା ଟିକା ନେବାକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଲୋକମାନେ ଭିଡ଼ ଜମାଉଥିବା ବେଳେ ମହଜୁଦ୍ ଟିକା ସରି ଯାଇଥିବାରୁ ନିରାଶ ହୋଇ ଫେରୁଛନ୍ତି । ଯେଉଁମାନେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି ସେମାନେ ପୁନଶ୍ଚ ୨୮ ଦିନ ପରେ ଦ୍ୱିତୀୟ ଡୋଜ ଟିକା ନେବାକୁ ଆସି ନିରାଶ ହୋଇ ଫେରୁଥିବାରୁ ଅସନ୍ତୋଷ ପ୍ରକାଶ କରୁଥିବା ଦେଖାଯାଉଛି । ଏହାକୁ ନେଇ ଆଜି ଟିକାକରଣ କେନ୍ଦ୍ର ସମ୍ମୁଖରେ ଲୋକମାନେ ହୋହାଲ୍ଲା କରିଥିଲେ । ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ(ସିଡ଼ିଏମ୍ଓ) ଡା.ସୁଜାତାରାଣୀ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ରାଜ୍ୟରୁ ଆସିଥିବା ଟିକା ସରିଗଲାଣି । ଜିଲ୍ଲା ସଦର ମହକୁମାରେ ମଧ୍ୟ ଟିକା ଗଚ୍ଛିତ ନାହିଁ । ଟିକା ଆସିବା ମାତ୍ରେ ଭୁବନକୁ ଅଗ୍ରାଧିକାର ଭିତ୍ତିରେ ଯୋଗାଇ ଦିଆଯିବ ବୋଲି ସିଡ଼ିଏମ୍ଓ କହିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons