
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କରୋନା ପ୍ରତିଷେଧକ ଟିକା ନେଇଛନ୍ତି । ସେ ଆଜି ସକାଳ ୬ଟା ୩୦ ମିନିଟ୍ରେ ଦିଲ୍ଲୀ ଏମ୍ସରେ ପହଞ୍ଚô ଟିକା ନେଇଥିଲେ । ଟିକା ନେବା ବିଷୟରେ ସେ ନିଜେ ଟୁଇଟ୍ ଯୋଗେ ସୂଚନା ଦେବା ସହ ତାର ଫଟୋ ମଧ୍ୟ ସେୟାର କରିଥିଲେ । ଏଥିସହ କରୋନା ବିରୋଧରେ ସଂଗ୍ରାମ ଜାରି ରଖିଥିବା ଦେଶର ଡାକ୍ତର ଓ ବୈଜ୍ଞାନିକମାନଙ୍କୁ ସେ ପ୍ରଶଂସା କରିଥିଲେ । ସମସ୍ତ ଯୋଗ୍ୟ ହିତାଧିକାରୀମାନେ ଟିକା ନେବାକୁ ପ୍ରଧାନମନ୍ତ୍ରୀ ଅପିଲ କରିଥିଲେ । କହିଥିଲେ ଆସନ୍ତୁ ସମସ୍ତେ ମିଳିମିଶି ଭାରତକୁ କୋଭିଡ-୧୯ ମୁକ୍ତ କରିବା ।
ପ୍ରଧାନମନ୍ତ୍ରୀ ଟିକା ନେବେ ବୋଲି ପୂର୍ବରୁ କୌଣସି ସୂଚନା ଦିଆଯାଇ ନଥିଲା । ତାର କାରଣ ହେଉଛି ସେ ଚାହୁଁ ନ ଥିଲେ ଯେ ତାଙ୍କ ପାଇଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉ ଏବଂ ସାଧାରଣ ଜନତା ହଇରାଣ ହୁଅନ୍ତୁ । କିନ୍ତୁ ସେ ଏମ୍ସରେ ପହଞ୍ଚôବାର ଅଳ୍ପ କିଛି ସମୟ ପୂର୍ବରୁ ହସ୍ପିଟାଲର ଷ୍ଟାଫମାନଙ୍କୁ କୁହାଯାଇଥିଲା । ଯାହାଫଳରେ ମାହୋଲ ପୂରା ଗମ୍ଭୀର ହୋଇଯାଇଥିଲା । ସେହି ସମୟରେ ଡୁ୍ୟଟିରେ ଥିଲେ ପୁଡୁଚେରୀ ନର୍ସ ପି. ନିବେଦା । ସେ ପ୍ରଧାନମନ୍ତ୍ରୀଙ୍କୁ ଭାରତ ବାୟୋଟେକ ପକ୍ଷରୁ ପ୍ରସ୍ତୁତ ସ୍ୱଦେଶୀ ଟିକା ‘କୋଭାକ୍ସିନ’ ଲଗାଇଥିଲେ । ନିବେଦାଙ୍କୁ ସହାୟତା କରିବା ଲାଗି ସେଠାରେ ଉପସ୍ଥିତ ଥିଲେ କେରଳ ନର୍ସ ରୋସମ୍ମା ଅନିଲ । ଉଭୟେ ନର୍ସ କିଛିବର୍ଷ ହେଲା ଏମ୍ସରେ କାର୍ଯ୍ୟ କରିଆସୁଛନ୍ତି । ପ୍ରଧାନମନ୍ତ୍ରୀ ଉଭୟ ନର୍ସଙ୍କ ସହ କଥା ହୋଇଥିଲେ । ସେମାନଙ୍କ ନାମ ପଚାରିବା ସହ ସେମାନେ କେଉଁଠି ରୁହନ୍ତି ବୋଲି ପଚାରିଥିଲେ ।
ଏହା ପରେ ପ୍ରଧାନମନ୍ତ୍ରୀ କୌତୁହଳରେ ପଚାରିଥିଲେ ପଶୁଙ୍କ ପାଇଁ ବ୍ୟବହାର କରାଯାଉଥିବା ଛୁଞ୍ଚôରେ ତାଙ୍କୁ ଟିକା ଦେବେ କି? ନର୍ସ ଦ୍ୱୟ ମନା କରିଥିଲେ । କିନ୍ତୁ ସେମାନେ ହଠାତ୍ ବୁଝିପାରି ନଥିଲେ ଯେ ପ୍ରଧାନମନ୍ତ୍ରୀ ମଜାଦାର ଢଙ୍ଗରେ ଏକଥା କହୁଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ କହିଥିଲେ ନେତାମାନେ ହେଉଛନ୍ତି ମୋଟା ଚମଡା ବାଲା । ତେଣୁ ସେମାନଙ୍କ ପାଇଁ ଖାସ୍ ଛୁଞ୍ଚô ବ୍ୟବହାର କରାଯିବ ନା ନାହିଁ । ଏକଥା ଶୁଣିବା ପରେ ନର୍ସ ଦ୍ୱୟ ହସିଥିଲେ । ପରେ ପ୍ରଧାନମନ୍ତ୍ରୀ ସେମାନଙ୍କ ସହ ଫଟୋ ଉଠାଇଥିଲେ । ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ ନିବେଦା କହିଛନ୍ତି ଯେ ଟିକା ନେବା ପରେ ପ୍ରଧାନମନ୍ତ୍ରୀ ତାଙ୍କୁ କହିଥିଲେ ଟିକା ଲଗାଇଦେଲ, ଜଣାପଡ଼ିଲା ନାହିଁ । ସେହିଭଳି ରୋସମ୍ମା କହିଛନ୍ତି ଟିକା ନେବା ପରେ ପ୍ରଧାନମନ୍ତ୍ରୀଙ୍କୁ ୩୦ ମିନିଟ୍ ଅବଜରଭେସନରେ ରଖାଯାଇଥିଲା । ତାଙ୍କ ଠାରେ କୌଣସି ସମସ୍ୟା ଦେଖାଯାଇ ନଥିଲା । ସେ ବେଶ୍ ଖୁସିଥିଲେ । ହସ୍ପିଟାଲରୁ ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ସେମାନଙ୍କ ନିକଟକୁ ପୁଣିଥରେ ଆସିଥିଲେ ଏବଂ ହାତଯୋଡି କହିଥିଲେ ଧନ୍ୟବାଦ, ୱଣକ୍କମ୍ ।
ସୂଚନାଯୋଗ୍ୟ, ଆଜିଠାରୁ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏହି ପର୍ଯ୍ୟାୟରେ ୬୦ ବର୍ଷରୁ ଊଦ୍ଧ୍ୱର୍ ଏବଂ ଏକାଧିକ ଗମ୍ଭୀର ରୋଗରେ ପୀଡିତ ୪୫-୫୯ ବର୍ଷ ବୟସର ଲୋକମାନଙ୍କୁ ଟିକା ଦିଆଯାଉଛି । ସରକାରୀ ହସ୍ପିଟାଲରେ ମାଗଣା ଟିକା ଦିଆଯାଉଥିଲା ବେଳେ ଘରୋଇ ହସ୍ପିଟାଲରେ ଏଥିପାଇଁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।
ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ଉପରାଷ୍ଟ୍ରପତି ଏମ୍.ଭେଙ୍କୟା ନାଇଡୁ, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର, ପିଏମ୍ଓ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ, ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ସୋମ ପ୍ରକାଶ, ଏନ୍ସିପି ମୁଖ୍ୟ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, ଏନ୍ସିପି ନେତ୍ରୀ ତଥା ସାଂସଦ ସୁପି୍ରୟା ସୁଲେ ପ୍ରମୁଖ ଟିକା ନେଇଛନ୍ତି ।
Comments are closed, but trackbacks and pingbacks are open.