ଟିଟୋର ସହଯୋଗୀ ସେକ ରାଜା ଭଦ୍ରକରୁ ଗିରଫ

Get real time updates directly on you device, subscribe now.

ଭଦ୍ରକ,(ବି.ବି.ନୁ୍ୟଜ୍): ଦୁର୍ଦ୍ଧନ୍ତ ଅପରାଧୀ ତଥା ଟିଟୋର ସହଯୋଗୀ ସେକ ରାଜାକୁ ଆଜି ଭଦ୍ରକରୁ ଗିରଫ କରିଛି ଏସ୍ଟିଏଫ୍ ଓ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ । ତାଠାରୁ ଏକ ଦେଶୀ ପିସ୍ତଲ, ମୋବାଇଲ, ଆଧାର କାର୍ଡ, ବାଇକ ଜବତ କରାଯାଇଛି । ଏସ୍ଟିଏଫର ଅତିରିକ୍ତ ଏସ୍ପି ତେଜରାଜ ପଟେଲଙ୍କ ଏତଲାକ୍ରମେ ଭଦ୍ରକ ଗ୍ରାମାଞ୍ଚଳ ଥାନା କେଶ ନଂ-୬୦୦/୨୦, ଦଫା-୨୫,୨୭ଆର୍ମସ୍ ଏକ୍ଟରେ ତା ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସେକ ରାଜା ଆଜି ଦିନ ୨ଟା ବେଳେ ମୋଟର ସାଇକେଲରେ ଯାଉଥିବା ବେଳେ ଭଦ୍ରକ ରେଲୱେ ଷ୍ଟେସନ ଲେବୁଲ କ୍ରସିଂ ଅଞ୍ଚଳରେ ଏସ୍ଟିଏଫ୍ ଟିମ ତାକୁ ଧରିଥିଲା । ରାଜା ନାମରେ ଡକାୟତି, ରାହାଜାନୀ, ହତ୍ୟା ଉଦ୍ୟମ ଭଳି ବିଭିନ୍ନ ଜଘନ୍ୟ ଅପରାଧିକ ମାମଲା କେନ୍ଦ୍ରାପଡ଼ା, ଭଦ୍ରକ, ଢେଙ୍କାନାଳ ଆଦି ରାଜ୍ୟର ବିଭିନ୍ନ ଥାନାରେ ରହିଛି । ସେକ ରାଜାର ଘର କେନ୍ଦ୍ରପଡ଼ା ସହରର ବଡ଼ସାହି ଗାଁରେ । ୨୦୧୩ ମସିହାରେ ଗୁଜିଦରଡ଼ା ଫାଣ୍ଡି ଅଞ୍ଚଳରେ ଥିବା ତାଙ୍କ ଶ୍ୱଶୂର ଘରେ ଗୁଳି ଚାଳନା କରିବା ନେଇ ଏକ ମାମଲା ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ରୁଜୁ ହୋଇଥିଲା । ତା ନାମରେ ୱାରେଣ୍ଟ ରହିଥିଲା । ଗୁଳିଚାଳନା ଘଟଣାରେ ଅଭିଯୁକ୍ତ ରାଜା ଦୀର୍ଘ ୭ବର୍ଷ ଧରି ଭଦ୍ରକ ପୋଲିସ ଆଖିରେ ଧୁଳି ଦେଇ ଭଦ୍ରକ ପୁରୁଣାବଜାର ଥାନାଞ୍ଚଳରେ ଲୁଚି ରହିଥିଲା । ଏସ୍ଟିଏଫ୍ ହାତରେ ରାଜା ଧରାପଡିବା ଘଟଣା ଭଦ୍ରକ ପୋଲିସର ପାରିବା ପଣିଆକୁ ପଦାରେ ପକାଇଛି । ରାଜା ବିରୋଧରେ ରାଜ୍ୟର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons