ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବିଜେପି ହିଁ ଏକମାତ୍ର ଦଳ ଯିଏ ଜଣେ ସାମାନ୍ୟ କର୍ପୋରେଟରକୁ ସଭାପତି ବନାଇପାରେ । ଦଳର ସମସ୍ତ ନେତାମାନେ ମୋତ ସହମତି ଭିତ୍ତିରେ ସଭାପତି ନୁହେଁ, ଜଣେ କାର୍ଯ୍ୟକର୍ତ୍ତା ଭାବେ ଦାୟିତ୍ୱ ପାଳନ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ବିଜେପିରେ ବହୁ ଅନୁଭବୀ ନେତା ଅଛନ୍ତି । ସେହି ବରିÂ ଅଭିଜ୍ଞ ନେତା ଓ ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ମୁଁ ସେତୁ ଭଳି କାମ କରିବି । ଟିମ୍ ସ୍ପିରିଟ୍ରେ ସମସ୍ତଙ୍କୁ ସାଙ୍ଗରେ ନେଇ ସଙ୍ଗଠନକୁ ସୁଦୃଢ଼ କରିବି । ଦଳର ନିଷ୍ପତ୍ତିକୁ ୩୭ହଜାର ବୁଥ୍ରେ ପହଞ୍ଚାଇ ବିଜେପିକୁ ଅଧିକ ବଳୁଆ କରିବି ।

ବିଜେପି ରାଜ୍ୟ ସଭାପତି ଦାୟିତ୍ୱ ନେବା ପରେ ଏହା କହିଛନ୍ତି ସମୀର ମହାନ୍ତି ।
ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀରଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା । ପ୍ରଥମେ ବିଧିବଦ୍ଧ ଭାବେ ସମୀରଙ୍କୁ ରାଜ୍ୟ ସଭାପତି ଘୋଷଣା କରାଯାଇଥିଲା । ପୂର୍ବତନ ସଭାପତି ବସନ୍ତ ପଣ୍ଡା ତାଙ୍କୁ ଦାୟିତ୍ୱ ପ୍ରଦାନ କରିଥିଲେ । ଦାୟିତ୍ୱ ଗ୍ରହଣ ପରେ ସମୀର କହିଥିଲେ, ଦଳର ସଂଗଠନ ଓ ଲୋକଙ୍କ ଆକାଂକ୍ଷାର ପ୍ରତିନିଧିତ୍ୱ ପାଇଁ ଜଣେ ସଂଯୋଜକ ଭାବେ କାମ କରିବା ପାଇଁ ମୁଁ ସଂକଳ୍ପବଦ୍ଧ ରହିଛି । ରାଜ୍ୟର ଲକ୍ଷ ଲକ୍ଷ କାର୍ଯ୍ୟକର୍ତ୍ତାଙ୍କ ଉପରେ ମୋର ବିଶ୍ୱାସ ଅଛି । ସେମାନେ ହିଁ ଦଳକୁ ମଜବୁତ୍ କରିବେ ।
ସେ କହିଛନ୍ତି, ଲୋକଙ୍କ ସମସ୍ୟା ପାଇଁ ବିଜେପି ସବୁବେଳେ ସଂଘର୍ଷ କରି ଆସିଛି । ଏ ସଂଘର୍ଷ ଆଗକୁ ମଧ୍ୟ ଜାରି ରହିବି । ଦଳର ବୁଥ୍ କମିଟି, ମଣ୍ଡଳ ଓ ଜିଲ୍ଲା କମିଟି ହେଉଛି ଆମର ବଡ଼ ଶକ୍ତି । ତାକୁ ଆମେ ତୃଣମୂଳସ୍ତରର କର୍ମୀଙ୍କ ମତକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ସମସ୍ତଙ୍କ ପରାମର୍ଶ ଓ ସହଯୋଗ ଲୋଡ଼ି ସଭାପତି ଦାୟିତ୍ୱକୁ ନିÂାର ସହ ତୁଲାଇବି ।
ମୋଦି ଓଡ଼ିଶାକୁ ବିକାଶ ସ୍ରୋତରେ ସାମିଲ କରିବାକୁ ବିପୁଳ ଅର୍ଥ ପଠାଉଛନ୍ତି । ମାତ୍ର ତାହା ଲୋକଙ୍କ ପାଖରେ ପହଞ୍ଚୁନି । ସେ ଟଙ୍କା ଓ କେନ୍ଦ୍ରର ଜନକଲ୍ୟାଣ ଯୋଜନା କିଭଳି ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ମୁଁ କର୍ମକର୍ତ୍ତାଙ୍କ ସହଯୋଗ ଲୋଡ଼ିବି । ଜନକଲ୍ୟାଣ ଓ ଜନହିତରେ ଯିଏ ଆଞ୍ଚ ଆଣିବ ଏବଂ ଓଡ଼ିଶାର ସ୍ୱାର୍ଥ ବିରୋଧୀ କାମ କରିବ, ବିଜେପି ତାର କଡ଼ା ଜବାବ ଦେବ । ବିରୋଧୀ ଦଳ ହିସାବରେ ରାଜ୍ୟବାସୀ ଆମକୁ ଦାୟିତ୍ୱ ଦେଇଥିବାରୁ ଦାୟିତ୍ୱପୂର୍ଣ୍ଣ ଭାବେ ଲୋକଙ୍କ ବିଶ୍ୱାସକୁ ଅତୁଟ ରଖିବାକୁ ଆମ ଦଳ କାମ କରିବ ବୋଲି ସମୀର କହିଛନ୍ତି ।

କେନ୍ଦ୍ର ପେଟ୍ରୋଲିୟମ୍ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆ ସଭାପତିଙ୍କୁ ସମ୍ବର୍ଦ୍ଧନା ଜଣାଇ କହିଥିଲେ, ନବନିଯୁକ୍ତ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ୱରେ ସାମୂହିକ ନେତୃତ୍ୱ ଦଳକୁ ନୂଆ ଉଚ୍ଚତାକୁ ନେବ ।
ଧର୍ମେନ୍ଦ୍ର କହିଥିଲେ, ବିଗତ କିଛି ବର୍ଷ ଧରି ବସନ୍ତ ପଣ୍ଡାଙ୍କ ନେତୃତ୍ୱରେ ରାଜ୍ୟ ବିଜେପି ସଂଗଠନ ବିସ୍ତାର ସହ ଜନସ୍ୱାର୍ଥରେ ଆନେ୍ଦାଳନ ହୋଇଛି । ଏଥିପାଇଁ ବିଜେପି ଲୋକଙ୍କ ବିଶ୍ୱାସ ଜିତି ପାରିଛି । ଗତ ନିର୍ବାଚନରେ ଦଳ ଲୋକସଭାରେ ୩୮ଧ ଓ ବିଧାନସଭାରେ ୩୨ଧ ଭୋଟ୍ ପାଇଛି ।
ଧର୍ମେନ୍ଦ୍ର ଆହ୍ୱାନ ଦେଇ କହିଥିଲେ, ଓଡ଼ିଶାକୁ ଭାରତବର୍ଷରେ ଏକ ନମ୍ବର କରିବାକୁ ବିଜେପିର କାର୍ଯ୍ୟକର୍ତ୍ତାମାନେ ସଂକଳ୍ପ ନେବାକୁ ପଡ଼ିବ । ସରକାର ଗଢ଼ିବା କି ଲୋକସଭା ଆସନରେ ବିଜୟୀ ଆମର ଉଦେ୍ଧଶ୍ୟ ନୁହେଁ । ଦୀର୍ଘ ୭୦ ବର୍ଷ ଧରି ଓଡ଼ିଆ ଲୋକ ଯେଉଁ ହକ୍ରୁ ବଞ୍ଚିତ ଅଛି ତାକୁ ପ୍ରଶାସନ ଓ ଲୋକଙ୍କ ଆଗରେ ଉପସ୍ଥାପନ କରିବାକୁ ଦଳ ପ୍ରୟାସ କରୁଛି ।
ବିରୋଧୀଙ୍କ ଉଦେ୍ଧଶ୍ୟରେ ଧର୍ମେନ୍ଦ୍ର କହିଥିଲେ, ଯଦି କେହି ଭାବୁଥିବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନାଁ କାଟି କେବଳ ଆବାସ ଯୋଜନା କରିବୁ ତାହା କରାଇ ଦେବୁନି । ଦଳର ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଦଳ ସେ ଦିବା ସ୍ୱପ୍ନକୁ ବିଧାନସଭା ଭିତରେ ଓ ବାହାରେ ବିରୋଧ କରିବ । ଲୋକସଭା ଓ ରାଜ୍ୟସଭାରେ ମଧ୍ୟ ଏହି ପ୍ରସଙ୍ଗ ଉଠିବ । ଏ ପ୍ରକାର ଅପେକ୍ଷା ଓ ଦୃଢ଼ତା ବିଜେପି ପାଖରେ ଅଛି ବୋଲି ସେ କହିଛନ୍ତି ।
ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ କହିଥିଲେ, ସମୀରଙ୍କ ନେତୃତ୍ୱରେ ଦଳ ତୃଣମୂଳସ୍ତରରେ ସବୁ ଲୋକଙ୍କ ପାଖରେ ପହଞ୍ଚିବ । ଦଳ ଆହୁରି ସଶକ୍ତ ହେବ । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ କହିଥିଲେ, ଓଡ଼ିଶାରେ ସରକାର କରିବା ଯାଏ ଆମକୁ କଠିନରୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ନୂଆ ସଭାପତିଙ୍କ ନେତୃତ୍ୱରେ ଦଳ ସଂଗଠିତ ହୋଇ କାମ କରିବ ।
ପୂର୍ବତନ ସଭାପତି ବସନ୍ତ ପଣ୍ଡା ନୂଆ ସଭାପତିଙ୍କୁ ଅଭିନନ୍ଦନ ଜଣାଇଥିଲେ । ନୂଆ ସଭାପତିଙ୍କ ନେତୃତ୍ୱରେ ଆଗାମୀ ଦିନରେ ରାଜ୍ୟରେ ଆମେ ସରକାର ଗଢ଼ିବୁ ବୋଲି ବିଧାନସଭାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ କହିଥିଲେ । ଉପନେତା ବିଷ୍ଣୁ ସେଠୀ, ବରିÂ ନେତା କନକବର୍ଦ୍ଧନ ସିଂହଦେଓ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.