ଟୋକିଓ: ଭାରତରେ ବଢୁଥିବା ଇସ୍ପାତ ଚାହିଦା ଏହି ଶିଳ୍ପକୁ ଦ୍ରୁତ ବିକାଶ ଆଡ଼କୁ ନେବ । ପାଞ୍ଚଦିନିଆ ବିଦେଶ ଗସ୍ତର ଅନ୍ତିମ ଦିନରେ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ଇସ୍ପାତ ଶିଳ୍ପର କ୍ଷମତା ବୃଦ୍ଧି ଉପରେ ଗ୍ଲୋବାଲ୍ ଫୋରମ୍ (ଜିଏଫ୍ଏସ୍ଇଏସ୍)ର ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ଯେ ଭାରତରେ ଇସ୍ପାତ ବ୍ୟବହାରକୁ ବଢ଼ାଇବା ତଥା ବିଶେଷ ଭାବେ ଇସ୍ପାତ ଚାହିଦାକୁ ବୃଦ୍ଧି କରିବା ଉପରେ ଆମେ ଗୁରୁତ୍ୱ ଦେଉଛୁ । ୨୦୩୦ ସୁଦ୍ଧା ଇସ୍ପାତ ଉତ୍ପାଦନ ବୃଦ୍ଧି ପାଇଁ ସରକାରଙ୍କ ଯୋଜନା ରହିଛି । ସେ କହିଛନ୍ତି ଯେ କୋଟି କୋଟି ଭାରତୀୟଙ୍କ ସ୍ୱପ୍ନକୁ ନଜରରେ ରଖି ଭାରତ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୧.୪ ଟ୍ରିଲିୟନ ଡଲାର ଖର୍ଚ୍ଚ କରି ଦେଶର ଭିତ୍ତିଭୂମି ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧ ।
ଏହି ମନ୍ତ୍ରୀସ୍ତରୀୟ ବୈଠକ ଅବସରରେ ଶ୍ରୀ ପ୍ରଧାନ ଜାପାନର ଶିଳ୍ପ ଓ ପ୍ରାକୃତିକ ସମ୍ୱଳ ମନ୍ତ୍ରୀ ବଣ୍ଡାର ଅଲ୍- ଖୋରାଐଫ୍ଙ୍କୁ ଭେଟି ଇସ୍ପାତ କ୍ଷେତ୍ରରେ ସାଉଦି ଆରବ ସହ ସହଯୋଗର ସଂକ୍ଷେପ ସମୀକ୍ଷା କରିଥିଲେ । ସେହିପରି ଟୋକିଓରେ ଜାପାନର ଅର୍ଥମନ୍ତ୍ରୀ ହିରୋସୀମା କାଜିୟାମାଙ୍କ ସହ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ବୈଠକ ଅନୁÂିତ ହୋଇଥିଲା । ନିଯୁକ୍ତି ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଶ୍ରୀ ପ୍ରଧାନ ବର୍ତ୍ତମାନର ତୈଳ, ଗ୍ୟାସ ଏବଂ ଇସ୍ପାତ କ୍ଷେତ୍ରର ସମୀକ୍ଷା କରିଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏକ ବ୍ୟବସାୟିକ ପ୍ରତିନିଧି ମଣ୍ଡଳୀ ସହ ଚଳିତମାସ ୨୨ରୁ ୨୬ ତାରିଖ ପର୍ଯ୍ୟନ୍ତ ରୁଷ ଓ ଜାପାନ ଗସ୍ତ କରିଥିଲେ । ଏହି ଗସ୍ତ କାଳରେ ଶ୍ରୀ ପ୍ରଧାନ ରୁଷ ଓ ଜାପାନର ବିଭିନ୍ନ ତୈଳ, ଗ୍ୟାସ ଏବଂ ଇସ୍ପାତ ସମ୍ପର୍କିତ ପ୍ରକଳ୍ପ ବୁଲି ଦେଖିବା ସହ ଓଡ଼ିଶା ଏବଂ ରୁଷ ମଧ୍ୟରେ ବାଣିଜି୍ୟକ ସମ୍ପର୍କ ପାଇଁ ଉଦ୍ୟମ କରିଥିଲେ । ରୁଷରେ ସାଖାଲିନ୍ -୧ ପ୍ରକଳ୍ପର ସମୀକ୍ଷା କରିବା ସହ ଜାପାନ ଗସ୍ତ କରି ସେଠାକାର ପ୍ରମୁଖ ଇସ୍ପାତ ଉତ୍ପାଦନକାରୀ କମ୍ପାନିର ମୁଖ୍ୟ ଓ ପ୍ରତିନିଧି ମଣ୍ଡଳୀଙ୍କ ସହ ଇସ୍ପାତ କ୍ଷେତ୍ରକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ।


Comments are closed, but trackbacks and pingbacks are open.