ଟୋଲ୍ ପ୍ଲାଜାରେ କମିଲା ଭିଡ଼:ଲାଗୁ ହେଲା ଫାଷ୍ଟ୍ୟାଗ୍

Get real time updates directly on you device, subscribe now.

ନୂଆଦିଲ୍ଲୀ:ସମଗ୍ର ଦେଶରେ ଜାତୀୟ ରାଜପଥଗୁଡିକରେ ଥିବା ଟୋଲ୍ ପ୍ଳାଜାରେ ଇଲେକ୍ଟେ୍ରାନିକ୍ ଟୋଲ୍ କଲେକ୍ସନ(ଇଟିସି) ଜରିଆରେ ଟୋଲ୍ ସଂଗ୍ରହ ବ୍ୟବସ୍ଥା ରବିବାର ସକାଳ ୮ଟାରୁ ଆରମ୍ଭ ହୋଇଛି । ଟୋଲ୍ ପ୍ଲାଜାଗୁଡିକରେ ଗାଡିଗୁଡିକର ଲମ୍ବା ଧାଡିରୁ ମୁକ୍ତି ଲାଗି ଫାଷ୍ଟ୍ୟାଗ୍ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇଛି । ତେବେ କାର୍ଯ୍ୟକାରିତାକୁ ଅସ୍ଥାୟୀ ରୂପେ ସାମାନ୍ୟ କୋହଳ କରିଛନ୍ତି ସରକାର । ଏହା ଅନ୍ତର୍ଗତ ଟୋଲ୍ ପ୍ଳାଜାଗୁଡିକରେ ୧୦୦% ବଦଳରେ ୭୫% ଟୋଲ୍ ଲେନ୍ରେ ହିଁ ଇଟିସି ଜରିଆରେ ଫାଷ୍ଟ୍ୟାଗରେ ଶୁଳ୍କ କଟାଯିବ । ଅନ୍ୟ ୨୫ଧ ଲେନ୍ରେ ଯାନଗୁଡିକ ମାନୁଆଲ ମୋଡ୍ରେ ଟୋଲ୍ ଦେୟ ଦେଇ ଯାତ୍ରା କରିପାରିବେ ।
ଏହା ପୂର୍ବରୁ ଜାତୀୟ ରାଜପଥଗୁଡିକରେ ୧୦୦% ଇଟିସି ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଟୋଲ୍ ପ୍ଲାଜାରେ ମାତ୍ର ଗୋଟିଏ ନଗଦ ସଂଗ୍ରହ ଲେନ୍ ରଖାଯିବାର ପ୍ରସ୍ତାବ ଥିଲା ।
ଏ ଯାଏ ସମସ୍ତ ବାହନର ରେଡିଓ ଫ୍ରିକ୍ୱେନ୍ସି ଆଇଡେକ୍ଟିଫିକେସନ୍(ଆର୍ଏଫ୍ଆଇଡି) ଆଧାରିତ ଫାଷ୍ଟ୍ୟାଗ୍ ଜାରି ହୋଇ ନ ଥିବା କାରଣରୁ କେନ୍ଦ୍ର ସରକାର ନିୟମକୁ କୋହଳ କରିଛନ୍ତି । ମନ୍ତ୍ରାଳୟ ପକ୍ଷରୁ ଶନିବାର ଜାରି ନିଦେ୍ର୍ଧଶରେ କୁହାଯାଇଛି ଯେ, ଅଧିକ ଗାଡି ଅତିକ୍ରମ କରୁଥିବା ଟୋଲ୍ ପ୍ଳାଜାଗୁଡିକରେ ୨୫%ଧ ଫାଷ୍ଟ୍ୟାଗ୍ ଲେନ୍କୁ ହାଇବ୍ରିଡ୍ ଲେନ୍ରେ ପରିଣତ କରାଯାଇପାରିବ ।
ଅନ୍ୟପକ୍ଷରେ, ବିନା ଫାଷ୍ଟ୍ୟାଗ୍ ଗାଡିଗୁଡିକ ଇଟିସି ଲେନ୍ରେ ପଶିଲେ ଦୁଇ ଗୁଣା ଟୋଲ୍ ଆଦାୟ ନିୟମରେ ପରିବର୍ତ୍ତନ କରାଯାଇନାହିଁ । ଅର୍ଥାତ୍ ବିନା ଟ୍ୟାଗ୍ ବାଲା ଗାଡି ଯଦି ଫାଷ୍ଟ୍ୟାଗ୍ ଲେନ୍ରେ ଆସିବେ ତାହାଲେ ଦୁଇ ଗୁଣା ଦେୟ ଦେବେ ।
କେନ୍ଦ୍ରୀୟ ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ(ଏନ୍ଏଚ୍ଏଆଇ) ଶନିବାର ଜାରି କରିଥିବା ନିଦେ୍ର୍ଧଶ ଅନୁସାରେ ଆସନ୍ତା ୩୦ ଦିନ ଅର୍ଥାତ୍ ଜାନୁଆରୀ ୧୫ ଯାଏ ଏହି ବ୍ୟବସ୍ଥା ବଳବତ୍ତର ରହିବ ।
ସୂଚନାଯୋଗ୍ୟ, ଚଳିତବର୍ଷ ଜୁଲାଇରେ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏନ୍ଏଚ୍ଏଆଇକୁ ପଠାଯାଇଥିବା ଏକ ଚିଠାରେ ଉଲ୍ଲେଖ କରାଯାଇଥିଲା ଯେ, ଡିସେମ୍ବର ୧ରୁ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ଫାଷ୍ଟ୍ୟାଗ୍ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ଟୋଲ୍ ପ୍ଲାଜାଗୁଡିକରେ ଗାଡିଗୁଡିକର ଲମ୍ବା ଧାଡିରୁ ଏହା ମୁକ୍ତି ଦେବ ବୋଲି ମନ୍ତ୍ରାଳୟ କହିଥିଲା । ତେବେ ନଭେମ୍ବର ୨୯ରେ ମନ୍ତ୍ରାଳୟ ଏଥିରେ ଦୁଇ ସପ୍ତାହ ବୃଦ୍ଧି କରି ଡିସେମ୍ବର ୧୫ରୁ ଏହାକୁ ଲାଗୁ କରିବା ପାଇଁ ଘୋଷଣା କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons