ରାୟଗଡ଼ା : ଟ୍ରକକୁ ଲକ୍ଷେ ୧୦ ହଜାର ୮ଶହ ଟଙ୍କା ଫାଇନ୍। ଫାଇନ୍ର ରାଶି ପଢ଼ିକି ଆପଣ ଚମକି ଯିବେଣି। ନୂଆ ଟ୍ରାଫିକ୍ ନିୟମ ଲାଗୁ ହେବା ପରେ ରାୟଗଡ଼ା ଜିଲ୍ଲାରେ ଏକ ଟ୍ରକ୍ ଏତେ ମୋଟା ଅଙ୍କର ଫାଇନ୍ ହୋଇଯଛି। ଏକ କାଠ ବୋଝେଇ ଟ୍ରକକୁ ୧ ଲକ୍ଷ ୧୦ ହଜାର ୮ଶହ ଟଙ୍କା ଫାଇନ୍ କରିଛନ୍ତି ରାୟଗଡ଼ା ଆର୍ଟିଓ।
ଟ୍ରକ୍ଟି ରୋଡ୍ ଟ୍ୟାକ୍ସ ଦେଇନଥିବା ସହ ପରମିଟ୍ ଲାଇସେନ୍ସ ନଥିବାରୁ ଏତେ ପରିମାଣର ଫାଇନ ହୋଇଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ବି. ସୁରୀବାବୁଙ୍କ ନାଁରେ ରହିଛି ଟ୍ରକର ମାଲିକାନା।
ଆଜିଠୁ ଆହୁରି ଟ୍ରାଫିକ ନିୟମ କଡ଼ାକଡ଼ି ହୋଇଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଜୋର୍ଦାର ଧରପଗଡ଼ ଚାଲିଛି। ଯେଉଁମାନେ ନିୟମ ଖିଲାପ କରୁଛନ୍ତି ସେମାନଙ୍କ ନିକଟରୁ ଜରିମାନା ଆଦାୟ ହେଉଛି। ଡେଡ୍ ଲାଇନ ସରିବା ପରେ ଗାଡ଼ିର ସମସ୍ତ କାଗଜପତ୍ର କଡ଼ାକଡ଼ି ଯାଞ୍ଚ ହେଉଛି।
Comments are closed, but trackbacks and pingbacks are open.