ଟ୍ରକ୍ ଓ କଣ୍ଟେନର ମୁହାଁମୁହିଁ ଧକ୍କା: ୩ ମୃତ

Get real time updates directly on you device, subscribe now.

ସୋର,(ବି.ବି.ନୁ୍ୟଜ୍): ବାଲେଶ୍ୱର ଜିଲ୍ଲା ୧୬ ନଂ ଜାତୀୟ ରାଜପଥର ନାୟକ ବନ୍ଧ ଛକ ନିକଟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓ କଣ୍ଟେନର ମୁହାଁମୁହିଁ ଧକ୍କା ହେବାରୁ ୩ ଜଣଙ୍କ ମୃତୁ୍ୟ ଘଟିଛି । ମୃତକମାନେ ହେଲେ ଶଙ୍କର୍ଷଣ ମଣ୍ଡଳ, ମନମୋହନ ସିଂ ଓ ଠାକୁର ସିଂ । ଶଙ୍କରର୍ଷଣ ଙ୍କ ଘର ବାଲେଶ୍ୱର ଜିଲ୍ଲା ବାହାବଳପୁର ଅଞ୍ଚଳରେ । ମନମୋହନ ସିଂହଙ୍କ ଘର ଭଦ୍ରକ ଅଞ୍ଚଳରେ ଓ ଠାକୁର ସିଂହଙ୍କ ଘର ମୟୁରଭଞ୍ଜ ଜିଲ୍ଲା ବଡ଼ଫେରାରେ । ଆଜି (ସୋମବାର) ସକାଳେ ଏହି ଦୁର୍ଘଯଣା ଘଟିଛି । ଭଦ୍ରକରୁ ସିମେଣ୍ଟ ବୋଝେଇ କରି ରାଇରଙ୍ଗପୁର ଯାଉଥିବା ଏକ ଟ୍ରକର ୨ ଜଣ ଡ୍ରାଇଭର ନାୟକ ବନ୍ଦ ଉକ ନିକଟରେ ଟାୟାର ଚେକ୍ କରୁଥିଲେ । ଏହି ସମୟରେ ବାଲେଶ୍ୱର ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ପ୍ଲାୟ ବୋଝେଇ କଣ୍ଟେନର ସିମେଣ୍ଟ ବୋଝେଇ ଯ୍ରକକୁ ମୁହାଁମୁହିଁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଡ୍ରାଇଭର ଶଙ୍କର୍ଷଣ ଓ ମନମୋହନଙ୍କର ମୃତୁ୍ୟ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହାପରୋ ସ୍ଥାନୀୟ ଲୋକ ଓ ପୋଲିସ ପ୍ଲାୟ ବୋଝେଇ କଣ୍ଟେନମେଣ୍ଟ ଡ୍ରାଇଭର ଠାକୁର ସିଂହଙ୍କୁ ଉଦ୍ଧାର କରି ବାଲେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons