ଟ୍ରକ୍ ଚାପାରେ ଜଣେ ମୃତ, ୩ ଗୁରୁତ

Get real time updates directly on you device, subscribe now.

ସମ୍ବଲପୁର,(ବି.ବି.ନୁ୍ୟଜ୍): ସମ୍ବଲପୁର ସହର ସ୍ଥିତ ଅଇଁଠାପାଲି ନିକଟରେ ଏନଏଚ୍ ୬ରେ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଛି । ଏଥିସହ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଖବର ଲେଖାଯିବା ସୁଦ୍ଧା ମୃତାହତଙ୍କ ପରିଚୟ ଜଣାପଡିନାହିଁ । ଆଜି (ସୋମବାର) ସକାଳ ପ୍ରାୟ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଭାରସାମ୍ୟ ହରାଇ ଏକ ଅଟୋକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଅଟୋରେ ବସିଥିବା ୩ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଏହାପରେ ଟ୍ରକ୍ଟି ରାସ୍ତା କଡ଼ରେ ଠିଆ ହୋଇଥିବା ୩ ଜଣ ମହିଳାଙ୍କୁ ଧକ୍କା ଦେଇଥିଲା । ଏଥିରେ ଜଣେ ମହିଳାଙ୍କ ମୃତୁ୍ୟ ଘଟିଥିବା ବେଳେ ଆୁ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଖବର ପାଇ ଅଇଁଠାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons