ଟ୍ରକ୍ ଧକ୍କାରେ ୨ କାର୍ ଆରୋହୀ ମୃତ

Get real time updates directly on you device, subscribe now.

ମାନେଶ୍ୱର,(ବି.ବି.ନୁ୍ୟଜ୍): ସମ୍ବଲପୁର-କଟକ ଜାତୀୟ ରାଜପଥ ଯୁଯୁମୁରା ଥାନା କୟାକୁଦ ପଞ୍ଚାୟତ ରାମବଡ଼ମାଳ ଛକ ନିକଟରେ ଆଜି ଅପରାହ୍ନରେ ଟ୍ରକ୍ ଧକ୍କାରେ ୨ କାର୍ ଆରୋହୀଙ୍କ ମୃତୁ୍ୟ ହୋଇଛି । ମୃତକ ଦୁହେଁ ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ରାମପୁର ଗାଁର ସୁଦୀପ୍ତ ଫାଲକୋ ଓ ପ୍ରଶାନ୍ତ ଏକ୍କା । ସୁଦୀପ୍ତ ଜଣେ ବିଏସ୍ଏଫ୍ ଯବାନ ଥିଲେ । କାର୍ ପଛରେ ଆସୁଥିବା ପିକ୍ଅପ୍ (ଓଡି୨୭ଡି-୨୧୪୯) ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି । ପିକ୍ଅପ୍ ଡ୍ରାଇଭର୍ଙ୍କୁ ଆହତାବସ୍ଥାରେ ଡାକ୍ତରଖାନା ପଠାଯାଇଛି ।
ସୂଚନାନୁସାରେ କୋଇଲା ବୋଝେଇ ଟ୍ରକ୍ (ଓଡି୩୫ବି-୫୫୭୯) ଅନୁଗୁଳ ପଟରୁ ସମ୍ବଲପୁର ପଟକୁ ଆସୁଥିଲା । ବିପରୀତ ଦିଗରୁ କାର୍ ଓ ପିକ୍ଅପ୍ ଆଗ ପଛ ହୋଇ ଆସୁଥିଲା । ଅପରାହ୍ନ ପ୍ରାୟ ଅଢେ଼ଇଟାରେ ରାମବଡ଼ମାଳ ଛକରେ ନିକଟରେ ଟ୍ରକ୍ଟି ନମ୍ବରବିହୀନ ନୂଆ କାର୍କୁ ଧକ୍କା ଦେଇଥିଲା । ପଛରେ ଆସୁଥିବା ପିକ୍ଅପ୍ କାର୍ରେ ପିଟି ହୋଇଥିଲା । କାର୍ରେ ଥିବା ସୁଦୀପ୍ତ ଓ ପ୍ରଶାନ୍ତଙ୍କ ଘଟଣାସ୍ଥଳରେ ମୃତୁ୍ୟ ହୋଇଥିଲା ।
ଟ୍ରକ୍ର ଚକ ଫାଟିଯିବାରୁ ଦୁର୍ଘଟଣା ଘଟିଥିବା ଚର୍ଚ୍ଚା ହେଉଛି । ଦୁର୍ଘଟଣା ପରେ ଟ୍ରକ୍ ଡ୍ରାଇଭର୍ ଫେରାର ମାରିଛି । ଯୁଯୁମୁରା ଆଇଆଇସି ରାଜକୁମାର ବିଶ୍ୱାଳ ସଦଳ ଘଟଣାସ୍ଥଳକୁ ପହଞ୍ଚô ଉଦ୍ଧାର କାର୍ଯ୍ୟ କରିଥିବା ବେଳେ ଟ୍ରକ୍, କାର୍ ଓ ପିକ୍ଅପ୍କୁ ରାସ୍ତାରୁ ହଟାଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons