ପିପିଲି,(ବି.ବି.ନୁ୍ୟଜ୍): ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଗୁଡ଼ିଆପୋଖରୀ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା ଟ୍ରକ୍ ପଛରେ ଏକ ବାଇକ୍ ପିଟି ହେବାରୁ ଜଣେ ଯୁବକଙ୍କ ମୃତୁ୍ୟ ଘଟିଛି । ମୃତକଙ୍କ ପରିଚୟ ଜଣାପଡିନାହିଁ । ଶନିବାର ସକାଳେ ଯୁବକ ଜଣଙ୍କ ବାଇକ୍ରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ ଗୁଡ଼ିଆପୋଖରୀ ଛକରେ ଠିଆ ହୋଇଥିବା ଟ୍ରକ୍ ପଛରେ ପିଟି ହୋଇଥିଲେ । ଘଟଣାସ୍ଥଳରେ ହିଁ ବାଇକ୍ ଚାଳକଙ୍କ ମୃତୁ୍ୟ ଘଟିଥିଲା । ଖବର ପାଇ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା ।


Comments are closed, but trackbacks and pingbacks are open.