ଟ୍ରକ୍ ସହ ୪ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ, ୨ ଗିରଫ

Get real time updates directly on you device, subscribe now.

ଫୁଲବାଣୀ,(ବି.ବି.ନୁ୍ୟଜ୍): ପୁଣି ଏକ ବଡ଼ ଧରଣର ଗଞ୍ଜେଇ କାରବାର ପର୍ଦ୍ଧାଫାସ କରିଛି ପୁଲିସ । ଏକ ଟ୍ରକରେ କଟକ ଜିଲ୍ଲାକୁ ଚାଲାଣ ହେଉଥିବା ୧୦ ବସ୍ତା ଗଞ୍ଜେଇ ଜବତ କରିବା ସହ ଦୁଇ ଚାଲାଣକାରୀଙ୍କୁ ଗିରଫ କରିଛି ଫିରିଙ୍ଗିଆ ଥାନା ପୁଲିସ । ଥାନାଧିକାରୀ ପି. ଶ୍ୟାମସୁନ୍ଦର ରାଓଙ୍କ ସୂଚନା ଅନୁଯାୟୀ ଏକ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ମିଳିଥିଲା । ଖବର ପାଇବା ପରେ ଏସ୍ପି ଭିନିତ୍ ଅଗ୍ରୱାଲଙ୍କ ନିଦେ୍ର୍ଧଶରେ ସଦର ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁଙ୍କ ତତ୍ତ୍ୱାବଧାନରେ ଏସ୍ଆଇ ଦଶରଥ ହେମ୍ବ୍ରମ୍ ଓ କର୍ମଚାରୀ ଗୁରୁବାର ବାଲକିଦାଡି ଅଞ୍ଚଳରେ ଟ୍ରକ (ଓଆର୨୩ଡି-୯୮୯୨) ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଟ୍ରକରୁ ୧୦ଟି ଜରି ବସ୍ତାରେ ଗଞ୍ଜେଇ ଉଦ୍ଧାର କରିଥିଲା । ଏହାକୁ ମାଜିଷ୍ଟେ୍ରଟ୍ ତଥା ତହସିଲଦାର ପୁନମ ରାଉତଙ୍କ ଉପସ୍ଥିତିରେ ଓଜନ କରିବାରେ ତାହା ୪ କ୍ୱିଣ୍ଟାଲ୍ ୮୧ କିଲୋଗ୍ରାମ ହୋଇଥିଲା । ଯାହାର ଆନୁମାନିକ ବଜାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହେବ । ଏହି ଗଞ୍ଜେଇ କଟକ ଜିଲ୍ଲାକୁ ଚାଲାଣ ହେଉଥିବା ଅଭିଯୁକ୍ତମାନଙ୍କୁ ଜେରା ବେଳେ ସ୍ୱୀକାର କରିଥିଲେ । ପୁଲିସ ଗଞ୍ଜେଇ ସମେତ ଟ୍ରକ ଜବତ କରି ଦୁଇ ଅଭିଯୁକ୍ତ ଗଞ୍ଜାମ ଜିଲ୍ଲା ଗୋଷାଇଁନୂଆଗାଁ ଥାନା ଅନ୍ତର୍ଗତ ଖଜୁରୁଆ ଅଞ୍ଚଳର ପ୍ରକାଶ ପ୍ରଧାନ(୫୨) ଓ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ରଙ୍ଗପାଟଣା ଗ୍ରାମର ବ୍ରଜ କିଶୋର ଡାକୁଆ(୨୪)ଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ଏନଡିପିଏସ ଆକ୍ଟରେ ମାମଲା ୬୫/୨୦୨୦ ରୁଜୁ କରି ଆଜି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରାଓ ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ କିଛି ଦିନ ତଳେ ଗୋଛାପଡା ଥାନା ଅଞ୍ଚଳରୁ ମଧ୍ୟ ପ୍ରାୟ ୪ କ୍ୱିଣ୍ଟାଲ ଗଞ୍ଜେଇ ବାହାରକୁ ଚାଲାଣ ଉଦେ୍ଧଶ୍ୟରେ ରଖାଯାଇଥିବା ବେଳେ ପୁଲିସ ଧରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons