ଜଳେଶ୍ୱର, (ବି.ବି.ନୁ୍ୟଜ୍): ଟ୍ରାକ୍ଟର ଓଲଟି ପଡ଼ିବାରୁ ରବିବାର ସକାଳେ ୨ଜଣଙ୍କ ମୃତୁ୍ୟ ଘଟିଛି । ଏହି ଘଟଣାରେ ଅନ୍ୟ ୩ଜଣ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଜଳେଶ୍ୱର ବ୍ଲକ ରାଇବଣିଆ ଥାନା କୁଶଗଡ଼ ଫାଣ୍ଡି ଅନ୍ତର୍ଗତ ବଡ଼ହଳଦିଗୁଣ୍ଡି ନିକଟରେ ଘଟିଛି । ମୃତକ ଦ୍ୱୟ ହେଲେ କୁଚବଣିଆ ଗ୍ରାମର ବାୟା ଟୁଡୁଙ୍କ ପୁଅ ଗୋପାଳ (୨୧), ଓବ୍ରା ହାଁସ୍ଦାଙ୍କ ପୁଅ ମାବ୍ରାୟ (୨୨) ।
ଖବରରୁ ପ୍ରକାଶ, କୁଚବଣିଆ ଗ୍ରାମର ଗୋପାଳ, ମାବରାୟ, ମଙ୍ଗଳ ହେମ୍ବ୍ରମ୍(୧୯), ରଘୁନାଥ ହେମ୍ବ୍ରମ୍ (୧୬) ଓ ବୁଧିରାମ ହାଁସ୍ଦା (୨୦) ରବିବାର ସକାଳେ ବଡ଼ ହଳଦିଗୁଣ୍ଡି ଗ୍ରାମର ଫାଗୁ ମୁର୍ମୁଙ୍କ ଘରକୁ ଟ୍ରାକ୍ଟରରେ ଲଦି ଧାନ ଝଡ଼ା ମେସିନ୍ ନେଇ ଯାଇଥିଲେ । ଧାନ ଝାଡ଼ି ସାରିବା ପରେ ସେମାନେ ଘରକୁ ଫେରୁଥିଲେ । ସକାଳ ୮ଟା ବେଳେ ବଡ଼ ହଳଦିଗୁଣ୍ଡି ନିକଟରେ ସେମାନେ ବସିଥିବା ଟ୍ରାକ୍ଟରଟି ଓଲଟି ଯାଇଥିଲା । ଫଳରେ ଏହି ୫ଜଣ ଟ୍ରାକ୍ଟର ଡାଲା ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିଥିଲେ । ପରେ ସମସ୍ତଙ୍କୁ ହାତୀଗଡ଼ ଗୋÂୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । ଗୋପାଳ, ମାବ୍ରାୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ତୁରନ୍ତ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା । ମାତ୍ର ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ । ଅପରାହ୍ନରେ ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇଛି ।
Comments are closed, but trackbacks and pingbacks are open.