ନାରାୟଣପାଟଣା,(ବି.ବି.ନୁ୍ୟଜ୍): ନାରାୟଣପାଟଣା ବ୍ଲକରେ ଆଜି ଏକ ଟ୍ରାକ୍ଟର ଓଲଟି ୩୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରେ ଅଛନ୍ତି ଟ୍ରାକ୍ଟର ଡ୍ରାଇଭର ଚରଣ ମୁଦୁଲି, ସରୋଜ ମାଉକା, ବାବୁ ରାଓ ନାଚିକା, ମୁସରେ ମାଉକା, ଲାଚଣା ନାଚିକା, ସାଲଇ ତାଡ଼ିଙ୍ଗ, ମାଲି ମାଉକା, ଡମଣୀ ମାଉକା, ସାଲେୟା, ମାଙ୍ଗୁଡ଼ା ମାଉକା, ଶାମୁ ଶିରିକା, ଲିମ୍ବେ ଶିରିକା ପ୍ରମୁଖ । ଆହତମାନେ ସମସ୍ତେ ନାରାୟଣପାଟଣା ବ୍ଲକ ତେନ୍ତୁଳିପଦର ପତ୍ତାୟତ ଅନ୍ତର୍ଗତ ନାରଙ୍ଗ ଓ ଯୋଡିଜାମ୍ବ ଗାଁର । ପିଡିଏସ୍ ଚାଉଳ ଧରି ଗାଁକୁ ଟ୍ରାକ୍ଟରରେ ଫେରୁଥିବା ବେଳେ ଅପରାହ୍ନରେ ପିପଳପଦର ନିକଟରେ ଟ୍ରାକ୍ଟରଟି ଘାଟି ତଳକୁ ଓଲଟି ପଡ଼ିଥିଲା । ଫଳରେ ସମସ୍ତ ଯାତ୍ରୀ ଆହତ ହୋଇଥିଲେ । ଆହତମାନଙ୍କୁ ନାରାୟଣପାଟଣା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।
Comments are closed, but trackbacks and pingbacks are open.