ଟ୍ରାଫିକ୍ ଅଟକାଇ ଟମାଟୋ ଗୋଟାଇଲେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ପୁଣି ଚର୍ଚ୍ଚାରେ କମିଶନରେଟ୍ର ଟ୍ରାଫିକ୍ ପୁଲିସ୍ । ଟ୍ରାଫିକ୍ ଅଟକାଇ ରାସ୍ତାରେ ପଡିଥିବା ଟମାଟୋ ଗୋଟାଇଲେ । ଏମିତି ଘଟଣା ଦେଖିବାକୁ ମିଳିଛି ଏୟାରପୋର୍ଟ ଟ୍ରାଫିକ୍ ପୋଷ୍ଟରେ । ଟ୍ରାଫିକ୍ କନଷ୍ଟେବଳ ସନେ୍ଦଶ ଜେନା ଓ ରାକେଶ ବାରିକ୍ ଜଣେ ବେପାରୀଙ୍କୁ ଏମିତି ସାହାଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି ।
ସମୟ ପୂର୍ବାହ୍ନ ୧୦ଟା ୧୫ ହେବ । ଏୟାରପୋର୍ଟ ଟ୍ରାଫିକ୍ରେ ଗାଡିÿମୋଟର ଜାମ୍ ଲାଗିଥାଏ । ହସ୍ପିଟାଲ ଛକରୁ ଏୟାରପୋର୍ଟ ଛକ ଦେଇ ଏକ ଟମାଟୋ ବୋଝେଇ ଅଟୋ ଯାଉଥିଲା । ଟ୍ରାଫିକ୍ ପୋଷ୍ଟରେ ଟର୍ଣ୍ଣ ବେଳେ ହଠାତ୍ ସେଥିରୁ ୩-୪ଟି ଟମାଟୋ ଟ୍ରେ ଖସିପଡ଼ିଲା । ଟମାଟୋ ଗୁଡିÿକ ରାସ୍ତାରେ ବିଛାଡ଼ି ହୋଇଗଲା । ବେପାରୀଜଣକ ଅଟୋରୁ ଓହ୍ଲାଇ ରାସ୍ତାରୁ ଟମାଟୋ ଗୋଟାଇବାକୁ ଲାଗିଲେ । ଏହା ଦେଖି ଟ୍ରାଫିକ୍ ପୋଷ୍ଟରେ ଡୁ୍ୟଟି କରୁଥିବା ସନେ୍ଦଶ ଓ ରାକେଶ ସହାୟତା ପାଇଁ ଆଗେଇ ଆସିଲେ । କାଳେ ଅନ୍ୟ ଗାଡ଼ି ଟମାଟୋଗୁଡ଼ିକ ମାଡ଼ି ନଷ୍ଟ କରିଦେବ, ତେଣୁ ଚାରିପଟୁ ଗାଡ଼ିଗୁଡ଼ିକ ଅଟକାଇଥିଲେ ।
ଉଭୟେ ୟୁନିଫର୍ମରେ ଥାଇ ମଧ୍ୟ ରାସ୍ତା ମଝିରୁ ଟମାଟୋ ଗୋଟାଇବାକୁ ଲାଗିିଲେ । ଗୋଟି ଗୋଟି କରି ଟମୋଟୋ ଗୋଟାଇ ଟ୍ରେ’ରେ ରଖିଥିଲେ । ଏହା ଦେଖି ୨-୩ଜଣ ଲୋକାଲ ଲୋକ ମଧ୍ୟ ଟମାଟୋ ବେପାରୀଙ୍କୁ ସହାୟତାର ହାତ ବଢ଼ାଇଥିଲେ । ୫ ମିନିଟ୍ ଭିତରେ ସବୁ ଟମାଟୋ ରାସ୍ତାରୁ ସଂଗ୍ରହ କରା ଯାଇଥିଲା । ଟ୍ରାଫିକ୍ କର୍ମଚାରୀଙ୍କ ଏଭଳି ସହାୟତା ପାଇଁ ବେପାରୀ ଜଣକ ସବୁ ଟମାଟୋ ସୁରକ୍ଷିତ ଫେରି ପାଇଥିଲେ ।
ଘଟଣା ବେଳର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଗତମାସ ୧୭ ତାରିଖରେ କଟକ ଶିଖରପୁର ଟ୍ରାଫିକ୍ରୁ ସମାନ ଦୃଶ୍ୟ ସାମ୍ନାକୁ ଆସିଥିଲା । ଟ୍ରାଫିକ୍ କନଷ୍ଟେବଳ ଲଳିତ ରାଉତ ନିଜେ ଝାଡୁ ଧରି ରାସ୍ତାରୁ ଗୋଡି ବାଲି ସଫା କରିଥିଲେ । ଯାହାର ଭିଡିଓ ସେତେବେଳେ ଭାଇରାଲ୍ ହୋଇଥିଲା । ପରେ ଶ୍ରୀ ରାଉତଙ୍କୁ ପୁଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ପୁରସ୍କୃତ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons