ଟ୍ରାଫିକ୍ ଧରପଗଡ଼

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗାଡ଼ି କାଗଜପତ୍ର ଠିକ୍ ଅଛି ତ? ଡିଏଲ୍ ଅଛି? ରେଜିଷ୍ଟ୍ରସନ ପେପର? ପଲୁ୍ୟସନ ସାର୍ଟିଫିକେଟ? ଇନ୍ସୁ୍ୟରାନ୍ସ ପେପର ଅଛି ତ! ଯଦି ସବୁ ଅଛି, ତା’ହେଲେ ଗାଡ଼ି ନେଇ ଯାଅ । ନହେଲେ ଫସିବ । ଆଉ ଛାଡ଼ ନାହିଁ । କାଲିଠୁ ପୁଲିସ ଓ ପରିବହନ ବିଭାଗ ଆଉ ଛାଡ଼ିବେନି । ଗାଡ଼ିର ଆବଶ୍ୟକ କାଗଜପତ୍ର ନଥିଲେ କିମ୍ବା ଟ୍ରାଫିକ ନିୟମ ଭାଙ୍ଗିଲେ ଗୋଡେ଼ଇ ଗୋଡେ଼ଇ ଧରିବେ । ଆଉ ମୋଟା ଅଙ୍କର ଜରିମାନା ବି ନେବେ ।
ଗାଡ଼ି କାଗଜପତ୍ର ସଜାଡ଼ିବା ପାଇଁ ରାଜ୍ୟବାସୀଙ୍କୁ ୬ ମାସ ମହଲତ ଦେଇଥିଲେ ସରକାର । ଏ ଅବଧି ଆଜି ଶେଷ ହୋଇଛି । ମାର୍ଚ୍ଚ ପହିଲାରୁ ପୁଣି ଥରେ କଡ଼ାକଡ଼ି ଭାବେ ପାଳନ ହେବ ଟ୍ରାଫିକ ନିୟମ । ଆବଶ୍ୟକ କାଗଜପତ୍ର ନଥିଲେ କିମ୍ବା ଟିକିଏ ଭୁଲ୍ କଲେ, ଆଉ ନିସ୍ତାର ମିଳିବନି । ଏ ନେଇ ରାଜ୍ୟ ପରିବହନ କମିଶନର ଆଜି ସମସ୍ତ ଜିଲ୍ଲାପାଳ, ଏସ୍ପି, ପୁଲିସ କମିଶନର, ଡିସିପି ଓ ଟ୍ରାଫିକ ଡିସିପିଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଆସନ୍ତାକାଲିଠାରୁ ଟ୍ରାଫିକ ଧରପଗଡ଼ ଜୋରଦାର କରିବାକୁ କୁହାଯାଇଛି ।
ପରିବହନ କମିଶନରଙ୍କ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି, ମାର୍ଚ୍ଚ ପହିଲାରୁ ସଂଶୋଧିତ ପରିବହନ ନିୟମକୁ ପୁଣି କଡ଼ାକଡ଼ି ଭାବେ ପାଳନ କରାଯିବ । ମଦ ପିଇ ଗାଡ଼ି ଚଲାଉଥିବା ଚାଳକଙ୍କୁ କୌଣସି ପରିସ୍ଥିତିରେ ଛାଡ଼ ମିଳିବନି । ଦ୍ରୁତ ଗତିରେ ଗାଡ଼ି ଚାଳନା ପାଇଁ କଡ଼ା କାର୍ଯ୍ୟାନୁÂାନ ହେବ । ଟ୍ରାଫିକ ସିଗ୍ନାଲ୍ରେ ରେଡ୍ ଲାଇଟ୍ ଡେଇଁଲେ କିମ୍ବା ରଙ୍ଗ୍ ରୁଟରେ ଗାଡ଼ି ଚଳାଉଥିଲେ, ଗାଡ଼ି ଚାଳକଙ୍କ ବିରୋଧରେ କଠୋର କାର୍ଯ୍ୟାନୁÂାନ ନିଆଯିବ । ଗାଡ଼ି ଡ୍ରାଇଭିଂବେଳେ ମୋବାଇଲ୍ ବ୍ୟବହାର, ବେପରୱା ଗାଡ଼ି ଚାଳନା, ଦୁଇଚକିଆ ଯାନରେ ୩ ଯାତ୍ରୀ ବସିବା, ହେଲ୍ମେଟ୍ ନ ପିନ୍ଧିବା, କାର୍ରେ ସିଟ୍ ବେଲ୍ଟ ନ ପିନ୍ଧିବା ଏବଂ ଓଭରଲୋଡିଂ ନେଇ ନିୟମ ଅନୁଯାୟୀ କାର୍ଯ୍ୟାନୁÂାନ ନେବାକୁ ସମସ୍ତ ଜିଲ୍ଲାପାଳ, ପୁଲିସ ଓ ପରିବହନ ବିଭାଗ ଅଧିକାରୀଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହାବାଦ୍ ଗାଡ଼ିର ଆବଶ୍ୟକ କାଗଜପତ୍ର ନଥିଲେ ଆଇନ ଅନୁଯାୟୀ ଜରିମାନା ଆଦାୟ କରିବାକୁ କୁହାଯାଇଛି ।
ଗତବର୍ଷ ସେପ୍ଟେମ୍ବର ପହିଲାରେ ରାଜ୍ୟରେ ସଂଶୋଧିତ ପରିବହନ ନିୟମ ଲାଗୁ ହୋଇଥିଲା । ରାଜ୍ୟବ୍ୟାପୀ ପୁଲିସ ଓ ପରିବହନ ବିଭାଗ କର୍ମଚାରୀ ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କ ଉପରେ କଠୋର କାର୍ଯ୍ୟାନୁÂାନ ନେଇଥିଲେ । ଅଚାନକ ଏଭଳି ନିୟମ ଲାଗୁ କରିବା ନେଇ ବିଭିନ୍ନ ସ୍ଥାନରେ ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରି୍ରୟା ପ୍ରକାଶ ପାଇଥିଲା । ତେଣୁ ଗାଡ଼ି ଚଳାଚଳ ପାଇଁ ଡ୍ରାଇଭିଂ ଲାଇସେନ୍ସ, ରେଜିଷ୍ଟେ୍ରସନ କାଗଜପତ୍ର, ପ୍ରଦୂଷଣ ପ୍ରମାଣପତ୍ର, ବୀମା କାଗଜପତ୍ର ଆଦି ଦସ୍ତାବିଜ ସଜାଡ଼ିବା ପାଇଁ ରାଜ୍ୟ ସରକାର ଫେବ୍ରୁଆରୀ ଶେଷ ପର୍ଯ୍ୟନ୍ତ ମହଲତ ଦେଇଥିଲେ । ହେଲେ ଅନ୍ୟାନ୍ୟ ଟ୍ରାଫିକ ନିୟମକୁ ଲାଗୁ କରାଯାଇଥିଲା । ଗତ ସେପ୍ଟେମ୍ବରରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରଠୁ ଡିସେମ୍ବର ପର୍ଯ୍ୟନ୍ତ ମଦ ପିଇ ଗାଡ଼ି ଚଲାଉଥିବା ଯୋଗୁ ୧୦ ହଜାରରୁ ଅଧିକ ଗାଡ଼ି ଚାଳକଙ୍କୁ ପୁଲିସ ଗିରଫ କରିଥିଲା । ଏଭଳି ଧରପଗଡ଼ ଯୋଗୁ ସଡ଼କ ଦୁର୍ଘଟଣାଜନିତ ମୃତୁ୍ୟ କମିଛି । ସେପ୍ଟେମ୍ବରରୁ ଡିସେମ୍ବର ସୁଦ୍ଧା ସଡ଼କ ଦୁର୍ଘଟଣା ଜନିତ ମୃତୁ୍ୟ ହାର ୧୭% କମିଛି ।
ପରିବହନ କମିଶନରଙ୍କ ପକ୍ଷରୁ ପୁଲିସ ଓ ଜିଲ୍ଲାପାଳଙ୍କୁ କୁହାଯାଇଛି, ନାବାଳକ ଗାଡ଼ି ଚଳାଉଥିଲେ ତୁରନ୍ତ ଧରି ନିୟମ ମୁତାବକ ଗାଡ଼ି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁÂାନ ନିଆଯାଉ । ସେହିପରି ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଗାଡ଼ି ଓଭରଲୋଡିଂ ଥିଲେ, ତାକୁ ଧରାଯାଉ । ଏ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ କୁହାଯାଇଛି ।
ଗାଡ଼ି କାଗଜପତ୍ର ଚେକିଂବେଳେ ଯେପରି ଲୋକଙ୍କୁ ଅଧିକ ସମସ୍ୟା ନ ହୁଏ, ସେ ଦିଗରେ ଧ୍ୟାନ ରଖିବାକୁ କୁହାଯାଇଛି । ଟ୍ରାଫିକ୍ ସମସ୍ୟାକୁ ଦୃଷ୍ଟିରେ ରଖି ଗୋଟିଏ ସମୟରେ ୪ଟିରୁ ଅଧିକ ଗାଡ଼ିକୁ ଅଟକ ନ ରଖିବାକୁ ପରାମର୍ଶ ଦିଆଯାଇଛି ।
ଗତ ସେପ୍ଟେମ୍ବରରେ ନୂଆ ମୋଟର ଯାନ ଆଇନ ଲାଗୁ ପରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୨ ଲକ୍ଷରୁ ଅଧିକ ଗାଡ଼ି ଚାଳକ ଡ୍ରାଇଭିଂ ଲାଇସେନ୍ସ ହାସଲ କରିଛନ୍ତି । ସେହିପରି ୧୨ ଲକ୍ଷରୁ ଅଧିକ ଗାଡ଼ି ଚାଳକ ଲର୍ଣ୍ଣିଂ ଲାଇସେନ୍ସ ପାଇଛନ୍ତି । ପ୍ରାୟ ୧୫ ଲକ୍ଷ ଯାନବାହନ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons