ଟ୍ରାଫିକ୍ ନିୟନ୍ତ୍ରଣରେ ପୁଲିସ ବିଫଳ, ୨ ଘଣ୍ଟା ଅଟକି ରହିଲା ଆମ୍ବୁଲାନ୍ସ

Get real time updates directly on you device, subscribe now.

କେନ୍ଦୁଝର,(ବି.ବି.ନୁ୍ୟଜ୍): କେନ୍ଦୁଝର କାଳୀପୂଜା ମେଳାକୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳ ହୋଇଥିବାର ନଗ୍ନ ନମୁନା ରବିବାର ଦେଖିବାକୁ ମିଳିଛି । ଟ୍ରାଫିକ୍ ନିୟନ୍ତ୍ରଣ କରିବାରେ ପୁଲିସର ଅପାରଗତା ଯୋଗୁ ଘଣ୍ଟା ଘଣ୍ଟା ଧରି ଆମ୍ବୁଲାନ୍ସ ଅଟକି ରହିବା ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ମେଳା ପାଇଁ ବ୍ୟାପକ ପୁଲିସ ନିୟୋଜିତ ଥିବା ବେଳେ ୨ ଜଣ ଗର୍ଭବତୀ କିଭଳି ଦହଗଞ୍ଜ ହେଲେ ଏବଂ ରାସ୍ତା ଜାମ୍ରେ ଫଶି ଗର୍ଭ ଯନ୍ତ୍ରଣାରେ ଛଟପଟ ହେଲେ ତାହା ପୁଲିସର କାର୍ଯ୍ୟ ଦକ୍ଷତା ପ୍ରତି ସନେ୍ଦହ ସୃଷ୍ଟି କରିଛି । ମୁଖ୍ୟ ଡାକ୍ତରଖାନା ରାସ୍ତା ପାଶ୍ୱର୍ରେ ଗାଡି ପାର୍କିଂ ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି ।
କାଳୀପୂଜା ଉପଲକ୍ଷେ କାଳୀପଡିଆରେ ମେଳା ଚାଲିଥିବାବେଳେ ଜେଲଛକରୁ ଚର୍ଚ୍ଚ ଛକ ପର୍ଯ୍ୟନ୍ତ ରାସ୍ତାଜାମରେ ୨ଟି ଜନନୀ ଏrପ୍ରେସ ରବିବାର ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା । ଗର୍ଭବତୀ ମହିଳାଙ୍କୁ ନେଇ ଯଶିପୁରରୁ ଆସିଥିବା ଏକ ଜନନୀ ଏrପ୍ରେସ ଗାଡି ୪୫ମିନିଟ୍ ଜାମରେ ଅଟକି ରହିବା ପରେ ଜାମରୁ ମୁକ୍ତି ପାଇ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲା । ଏହାପରେ ପାଟଣା ବ୍ଲକ ପିଛୁଳାବେଡାରୁ ଜାନକୀ ମୁଣ୍ଡା ନାମ୍ନୀ ଜଣେ ଗର୍ଭବତୀ ମହିଳା ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ ରେଫର ହୋଇଥିଲେ । କେନ୍ଦୁଝର ଜେଲରୋଡ ରାସ୍ତା ଦେଇ ମୁଖ୍ୟ ଚିକିତ୍ସାଳୟ ଯିବା ରାସ୍ତାରେ ସଦର ଏସ୍ଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ଘଣ୍ଟା ଧରି ଅଟକି ରହିବା ପରେ ପୁଲିସ ଏବଂ ସାଧାରଣ ଲୋକେ ରାସ୍ତା ଜାମ ହଟାଇବା ପରେ ୬ଟା ୧୫ମିନିଟ୍ରେ ଜନନୀ ଏrପ୍ରେସ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲା । ଚର୍ଚ୍ଚ ଛକରେ କାର୍ଯ୍ୟରତ ପୁଲିସ କର୍ମଚାରୀ କର୍ତ୍ତବ୍ୟରେ ଅବହେଳା କରିବାରୁ ଅନେକ ଗାଡି ଏହି ରାସ୍ତାରେ ପଶି ରାସ୍ତାକଡରେ ବେଆଇନ ପାର୍କିଂ କରିଥିଲେ । ଫଳରେ ଗାଡି ଯିବା ଆସିବା କରିପାରିନଥିଲେ । ଗୁରୁତର ଅବସ୍ଥାରେ ରେଫର ହୋଇଥିବା ଗର୍ଭବତୀ ମହିଳା ଜାନକୀ ମୁଣ୍ଡା ଆମ୍ବୁଲାନ୍ସ ମଧ୍ୟରେ ଛଟପଟ ହେଉଥିବାବେଳେ ମାତ୍ର ୫୦୦ମିଟର ଦୂରରେ ମେଡିକାଲ ଥାଇ ମଧ୍ୟ ମେଡିକାଲରେ ପହଞ୍ଚି ପାରିନଥିଲେ । ଟ୍ରାଫିକ୍ ଭିଡକୁ ନିୟନ୍ତ୍ରଣ କରିବାରେ ପୁଲିସ ବିଫଳତାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons