ଟ୍ରାଫିକ ସଚେତନ ପାଇଁ ଚକୋଲେଟ୍, ଥ୍ୟାଙ୍କ ୟୁ କାର୍ଡ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ହେଲ୍ମେଟ୍ ପିନ୍ଧୁଛନ୍ତି । ସିଟ୍ବେଲ୍ଟ ବାନ୍ଧୁଛନ୍ତି । ଆପଣମାନେ ସଚେତନ ଗାଡିÿ ଚାଳକ । ଥ୍ୟାଙ୍କ ୟୁ । ଏମିତି କହି ଗାଡ଼ିଚାଳକଙ୍କ ହାତକୁ ଚକୋଲେଟ ବଢ଼ାଇ ଦେଉଥିଲେ ଟ୍ରାଫିକ୍ ପୁଲିସ ଓ ସ୍ୱେଚ୍ଛାସେବୀ । ଏଭଳି ନିଆରା ଢ଼ଙ୍ଗରେ ଆଜି ଟ୍ରାଫିକ୍ ସଚେତନତା କ୍ୟାମ୍ପେନ୍ ଚଳାଇଥିଲା କମିଶନରେଟ୍ ପୁଲିସ । ଏଥିରେ ସହଯୋଗ କରୁଥିଲେ ବିଧାୟକ ଓ ସ୍ୱେଚ୍ଛାସେବୀ ।
ସଂଶୋଧିତ ମୋଟର ଯାନ ଆଇନ୍ର ମୋଟା ଅଙ୍କର ଜରିମାନା ରାଶି ଦେଖି ଗାଡିÿଚାଳକ ହଡ଼ବଡେ଼ଇ ଯାଇଥିଲେ । ନିୟମ ଲାଗୁ ହେବା ପରଠୁ ଶଙ୍କା ଆଶଙ୍କାରେ ରହୁଥିଲେ । ରାସ୍ତାରେ ଗାଡିÿ ଗଡ଼ାଇବେ ନା ଆଗ କାଗଜପତ୍ର ସଜାଡ଼ିବେ, ଏନେଇ ବି ଦ୍ୱନ୍ଦ୍ୱରେ ଥିଲେ । ଗାଡିÿଚାଳକଙ୍କ ଏଭଳି ଅବସ୍ଥା ଦେଖି କମିଶନରେଟ୍ ପୁଲିସ ନରମିଥିଲା । କମ୍ ଜରିମାନା, ଛୋଟ ଭୁଲକୁ ଫୋକସ୍ କରିଥିଲା । ଆଉ ଡ୍ରାଇଭିଂ ଲାଇସେନ୍ସ କି ପଲୁ୍ୟସନ ସାର୍ଟିଫିକେଟ୍ ବନାଇବା ପାଇଁ ବି ଅଧିକ ସମୟ ବି ଦେଇଥିଲା ।

ଆଜି ଗାଡିÿଚାଳକଙ୍କୁ ସଚେତନ କରାଇବାକୁ ଆଉ ପାଦେ ଆଗକୁ ବଢ଼ାଇଛି ପୁଲିସ । ଏଜି ଛକ ଓ ନାଲ୍କୋ ଛକ ସମେତ ଅନ୍ୟ ଟ୍ରାଫିକ୍ ଛକଗୁଡ଼ିକରେ ମାରାଥନ୍ ସଚେତନତା କ୍ୟାମ୍ପେନ୍ ଚାଲାଇଥିଲା । ଡିସିପି ଅନୁପ ସାହୁ, ଟ୍ରାଫିକ୍ ଡିସିପି ସାଗରିକା ନାଥ ଏହାର ନେତୃତ୍ୱ ନେଇଥିଲେ । ବିଧାୟକ ଅନନ୍ତ ନାରାୟଣ ଜେନା ଓ କିଛି ସ୍ୱେଚ୍ଛାସେବୀ ବି ଏଥିରେ ସାମିଲ୍ ଥିଲେ । ହେଲ୍ମେଟ୍ ପିନ୍ଧି ଆସୁଥିବା ଗାଡ଼ିଚାଳକଙ୍କୁ ଟ୍ରାଫିକ୍ ଛକରେ ଅଟକାଇ ଏମାନେ ଧନ୍ୟବାଦ ଜଣାଇବା ସହିତ ଚକୋଲେଟ ବି ଦେଇଥିଲେ । ଏପରିକି ନିୟମ ଭାଙ୍ଗୁଥିବା ଅନ୍ୟ ଗାଡିÿଚାଳକଙ୍କୁ ଟ୍ରାଫିକ୍ ନିୟମ ସମ୍ପର୍କରେ ସଚେତନ କରାଇବାକୁ ମଧ୍ୟ ସେମାନଙ୍କୁ ପରାମର୍ଶ ଦେଇଥିଲେ । ଖାଲି ଯେ, ସଚେତନ ଗାଡିଚାଳକଙ୍କୁ ଉପହାର ସ୍ୱରୂପ ଚକୋଲେଟ୍ ଦିଆଯାଉଥିଲା, ତାହା ନୁହେଁ, ନିୟମରେ ଖିଲାପ କରୁଥିବା ଗାଡିÿଚାଳକଙ୍କୁ ମଧ୍ୟ ଅଟକାଇ ଆଗକୁ ସଚେତନ ହେବାକୁ ବି କୁହାଯାଉଥିଲା ।

ପୁଲିସର ଏ ଭିନ୍ନ ପଦକ୍ଷେପକୁ ସବୁ ଗାଡିÿଚାଳକ ସ୍ୱାଗତ କରିଥିଲେ । ଆଉ ପୁଲିସକୁ ସାବାସି ଜଣାଇ କହୁଥିଲେ, ଆମେ ସମସ୍ୟାରେ ପଡିÿବାନି କି ଦୁର୍ଘଟଣାର ଶିକାର ହେବାନି ବୋଲି କଡ଼ା ଆଇନ୍ ଲାଗୁଛି । ଅମାନିଆ ଗାଡ଼ିଚାଳକଙ୍କୁ ଫାଇନ୍ ଆଦାୟ କରିବାକୁ ବାଧ୍ୟ ହେଉଛି ପୁଲିସ । ପୁଲିସର ଏଭଳି ପଦକ୍ଷେପ ନିହାତି ସ୍ୱାଗତଯୋଗ୍ୟ ।
ଏନେଇ ଟ୍ରାଫିକ୍ ଡିସିପି ସାଗରିକା ନାଥ କହିଛନ୍ତି, ଅଧିକାଂଶ ଗାଡ଼ିଚାଳକ ଆପେ ସଚେତନ ହେଉଛନ୍ତି । ସେମାନେ ନିହାତି ଭାବେ ସାବାସି ପାଇବାକୁ ଯୋଗ୍ୟ । କ୍ୟାମ୍ପେନ୍କୁ ଜନତା ଗ୍ରହଣ କରୁଛନ୍ତି । ଆଗକୁ ଆହୁରି ବ୍ୟାପକ କରାଯିବ । ପ୍ରଥମେ ସପ୍ତାହେ ଧରି ଚାଲିବ । ପ୍ରତିଦିନ ହଜାରେ ଲୋକଙ୍କ ପାଖରେ ପହଞ୍ଚିବୁ । ସେମାନଙ୍କୁ ବୁଝାଇବୁ ।

ଟ୍ରାଫିକ୍ ଜରିମାନା ଆଦାୟକୁ ନେଇ ରାଜମହଲ ଛକରେ ଘଟିଥିବା ତୁମୁଳକାଣ୍ଡରେ କ୍ୟାପିଟାଲ ଥାନା ପୁଲିସ ୩ଟି ପୃଥକ ମାମଲା ରୁଜୁ କରିଛି । ଏଥିରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ବିରୋଧରେ ଶକ୍ତ ଦଫା ଲଗାଇ ବିଚାର ବିଭାଗୀୟ ହାଜତକୁ ପଠାଇଛି । ସବୁଠୁ ବଡ଼ କଥା ହେଲା, ଆଇନ୍କୁ ହାତକୁ ନେଇଥିବା ୬୦ରୁ ଅଧିକ ବ୍ୟକ୍ତିଙ୍କୁ ରାଜମହଲ ଛକରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ଧରିବାକୁ ପୁଲିସ ଚେଷ୍ଟା ଚଳାଇଛି ।
ପୁଲିସ୍ କେସ୍ ନମ୍ବର ୩୧୨, ୩୧୫, ୩୧୬ରେ ପୃଥକ ମାମଲା ରୁଜୁ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଜମହଲ ଛକ ନିକଟ ଅଶୋକ ନଗର ଅଞ୍ଚଳର ଲକ୍ଷ୍ମଣ ଖମାରୀ ଓରଫ୍ ପାଏରୀ(୪୩), ବରଗଡ ବ୍ରିଟ୍ କଲୋନିର ରାଜେଶ କୁମାର ସାହୁ ଓରଫ୍ ଶିବା (୨୧) ଓ ନୂଆପଲ୍ଲୀ ପାଇକନଗର ବିଜୟ କୁମାର ସାହୁ(୪୫) ଓ ପୁରଣା ଭୁବନେଶ୍ୱରର ସୁଖ ସୌଭାଗ୍ୟ ସାହୁ ଓରଫ୍ ପପୁ(୩୦) । ଏମାନଙ୍କ ବିରୋଧରେ ପୁଲିସ୍ ଆଇପିସି ଧାରା ୧୪୭, ୧୪୮, ୨୮୩, ୩୩୨, ୩୩୬, ୩୩୭, ୩୦୭, ୩୫୩, ୫୦୬, ୨୯୪, ୩୭୯, ୧୪୯ ଦଫା ଓ ଆର୍/ଡବ୍ଲୁ୍ୟ ସେକ୍ସନ-୭, ପିଡିପିପି ଆକ୍ଟ ଲଗାଇଛି । ତେବେ ଏହି ଘଟଣାରେ ଫାଳିକିଆ ବସ୍ତିର କିଛି ଯୁବକ ସାମିଲ୍ ଥିବା ପୁଲିସ ଜାଣିବାକୁ ପାଇଛି ।
କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ଗତକାଲିର ଘଟଣାରେ ଯେଉଁମାନେ ଆଇନ୍କୁ ହାତକୁ ନେଇଛନ୍ତି । ଯେଉଁମାନଙ୍କ ବିରୋଧରେ ବିଶୃଙ୍ଖଳା ନେଇ ପ୍ରମାଣ ମିଳିବ । ସେମାନଙ୍କୁ ଧରାଯିବ । ଆଇନ୍ ଅନୁଯାୟୀ କାର୍ଯ୍ୟାନୁÂାନ ନିଆଯିବ ।
ସୂଚନାଯୋଗ୍ୟ, ଗତକାଲି ଜରିମାନା ଆଦାୟରେ ଭୁଲ ଦର୍ଶାଇ ରାଜମହଲ ଛକରେ ଜନତା-ପୁଲିସ ମୁହାଁମୁହିଁ ହୋଇଥିଲେ । ଲୋକମାନେ ଉତ୍ତ୍ୟକ୍ତ ହୋଇ ପୁଲିସ ଉପରେ ଅତର୍କିତ ଆକ୍ରମଣ କରିଥିଲେ । ଆଇନ୍କୁ ହାତକୁ ନେଇଥିଲେ । ସରକାରୀ ଗାଡି, ଜିନିଷପତ୍ର ଭଙ୍ଗାରୁଜା କରିଥିଲେ । କିଛି ପୁଲିସ ଅଧିକାରୀଙ୍କୁ ମାଡ଼ ବି ମାରିଥିଲେ । ଗଣମାଧ୍ୟମ ପ୍ରତିନିଧିମାନେ ବି ଏମାନଙ୍କ ଆକ୍ରମଣରୁ ବର୍ତ୍ତିନଥିଲେ । ପରିସ୍ଥିତି ସୁଧାରିବାକୁ ପୁଲିସକୁ ଲାଠି ଚାର୍ଜ କରିବାକୁ ପଡିÿଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons