ବ୍ରହ୍ମପୁର,(ବି.ବି.ନୁ୍ୟଜ୍):ଚେନ୍ ପୁଲ୍ କରି ଛୁ ମାରିଲେ ପ୍ରବାସୀ ଓଡ଼ିଆ । ଗଂଜାମ ଛାତ୍ରପୁର ନିକଟରେ ଟ୍ରେନ୍ର ଚେନ୍ ଭିଡି ଓହ୍ଲାଇ ପଡିଥିଲେ ଶତାଧିକ ପ୍ରବାସୀ ଓଡ଼ିଆ ସେମାନେ ଚାଲି ଚାଲି ଯାଉଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ ଏହା ପରେପୋଲିସ ଓ ଆରପିଏଫ୍ ଟିମ୍ ପହଞ୍ଚି ୬୦ ରୁ ଅଧିକ ପ୍ରବାସୀ ଓଡ଼ିଆଙ୍କୁ ଉଦ୍ଧାର କରି ଛତ୍ରପୁରର ଏକ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖିଛି । ଆଉ କିଛ ଲୋକ ଫେରାର ହୋଇଯାିଥିବା ଜଣାପଡିଛି । ସେହିଭଳି ଟ୍ରେନ୍କୁ ସିଗ୍ନାଲ ନ ମିଳିବାରୁ ଖଲ୍ଲିକୋଯ କାଳିଜାଇ ଷ୍ଟେସନ ନିକଟରେ ଟ୍ରେନ୍ ରହିବା ପରେଆଉ କିଛି ପ୍ରବାସୀ ଓଡ଼ିଆ ଓହ୍ଲାଇ ପଡିଥିଲେ । ଖବରପାଇଁ ଭେଜିପୁଟ ଫାଣ୍ଡି ପୋଲିସ ପହଞ୍ଚି ଶ୍ରମିକଙ୍କୁ ଧରି ସେମାନଙ୍କ ଅଞ୍ଚଳକୁ ପଠାଇଥିବା ଜଣାପଡିଛି । ପ୍ରବାସୀ ଓଡ଼ିଆଙ୍କୁ ନେଇ ଟ୍ରେନ୍ଟି ହାଇଦ୍ରାବାଦ ନାମପଲ୍ଲି ଷ୍ଟେସନରୁ ଖୋର୍ଦ୍ଧାକୁ ଆସୁଥିଲା । ଏପରି ଘଟଣା ମଧ୍ୟ ଆଗରୁ ଘଟିଛି । ସେହିଭଳି ଏସ୍ଆରସି ଆଜି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଥିଲେ । ବାହାର ରାଜ୍ୟରୁ ଓଡ଼ିଶାକୁଆସୁଥିବା ପ୍ରବାସୀଙ୍କ ସଂପର୍କରେ ପ୍ରଶାସନିକ ଅଧିକାରୀ ତଥା ସ୍ଥାନୀୟ କର୍ତ୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଛି । ତେବେ ଟ୍ରେନ୍ ଯୋଗେ ଏବେ ଅନେକ ପ୍ରବାସୀ ଆସୁଥିଲେ ବି ଅନେକ ବିନା ସୂଚନାରେ ଆସୁଥିବାରୁ ସମସ୍ୟା ଦେଖା ଦେଇପାରେ ବୋଲି ସେ କହିଛନ୍ତି ।


Comments are closed, but trackbacks and pingbacks are open.