ଟ୍ରେନ୍ ତଳକୁ ଖସି କର୍ମଚାରୀଙ୍କ ମୃତୁ୍ୟ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନୁ୍ୟଜ୍): ଦାମନଯୋଡ଼ି ଥାନା ନାଲ୍କୋ କାରଖାନା ଲୋକୋ-ସେଡ୍ରେ ଆଜି ପୂୂର୍ବାହ୍ନରେ ଏକ ଦୁର୍ଘଟଣା ଘଟିଛି । ଟ୍ରେନ୍ରେ କାମ କରୁଥିବା ବେଳେ ଇଞ୍ଜିନ ତଳକୁ ଖସି ଜଣେ ଠିକାଶ୍ରମିକଙ୍କ ମୃତୁ୍ୟ ଘଟିଛି । ମୃତକଜଣଙ୍କ ସଦର ଥାନା ଡେ଼ଙ୍ଗାଜାନୀଗୁଡ଼ା ଗାଁର ଅନନ୍ତ ବିଷୋୟୀ(୫୫) । ସେ ଲୋକୋ ସେଡ୍ରେ ସିଗନାଲ୍ମ୍ୟାନ୍ ଭାବେ କାମ କରୁଥିଲେ । ନାଲ୍କୋ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ସମୟରେ ଗ୍ରାମବାସୀ କ୍ଷତିପୂରଣ ଦାବି କରିଛନ୍ତି । ମୃତକଙ୍କ ପରିବାରକୁ ଠିକା କମ୍ପାନି ପକ୍ଷରୁ ୮ଲକ୍ଷ ଟଙ୍କା କ୍ଷତିପୂରଣ ଦିଆ ନଯିବା ପର୍ଯ୍ୟନ୍ତ ବ୍ୟବଚ୍ଛେଦ କରାଯିବ ନାହିଁ ବୋଲି ପରିବାର ସହ ଗ୍ରାମବାସୀ ଅଡି ବସିଛନ୍ତି । ଫଳରେ ଉତ୍ତେଜନା ପ୍ରକାଶ ପାଇଛି । ସମସ୍ୟାର ସମାଧାନ ହେବା ପରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ଶବ ହସ୍ତାନ୍ତର କରାଯିବ ବୋଲି ପୁଲିସ କହିଛି ।
ଦାମନଯୋଡ଼ି ଆଇଆଇସି ସମ୍ବିତ ବେହେରା କହିଛନ୍ତି, ଆଜି ପୂର୍ବାହ୍ନରେ ଠିକା ଶ୍ରମିକ ଅନନ୍ତ ନାଲ୍କୋ ୟୁନାଇଟ୍ସ କମ୍ପାନି ଅଧୀନରେ ଲୋକସେଡ୍ÿରେ କାମ କରୁଥିଲେ । ଟ୍ରେନ ଇଞ୍ଜନରେ ଚଢ଼ି ସଫେଇ କାମ କରୁଥିବା ବେଳେ ଚଳନ୍ତା ଇଞ୍ଜିନ ଉପରୁ ହଠାତ୍ ତଳକୁ ଖସି ପଡ଼ିବାରୁ ତାଙ୍କର ବାମ ଗୋଡ଼ କଟି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ନାଲ୍କୋ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ଅତ୍ୟଧିକ ରକ୍ତସ୍ରାବ ଯୋଗୁ ଡାକ୍ତରଖାନାରେ ତାଙ୍କ ମୃତୁ୍ୟ ଘଟିଥିଲା । ଏନେଇ ଦାମନଯୋଡ଼ି ଥାନାରେ ୧୨/୨୦ରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଶ୍ରୀ ବେହେରା କହିଛନ୍ତି । ପରିବାର ସହ ଗ୍ରାମବାସୀ ଡାକ୍ତରଖାନାରେ ପହଞ୍ଚି ସମ୍ପୃକ୍ତ କମ୍ପାନି ପାଖରୁ କ୍ଷତିପୂରଣ ଦାବି କରିଛନ୍ତି । ସମ୍ପୃକ୍ତ କମ୍ପାନି ୨ଲକ୍ଷ ଟଙ୍କା ଦେବାକୁ ରାଜି ହୋଇଥିଲେ ମଧ୍ୟ ଗ୍ରାମବାସୀ ମନା କରିଦେଇଛନ୍ତି । ଫଳରେ ବ୍ୟବଚ୍ଛେଦରେ ବିଳମ୍ବ ଘଟିଛି । ବର୍ତ୍ତମାନ ଡାକ୍ତରଖାନାରେ ଶବକୁ ଗଚ୍ଛିତ ରଖାଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons