ଟ୍ରେନ୍ ଧକ୍କାରେ ଅବସରପ୍ରାପ୍ତ କର୍ମଚାରୀଙ୍କ ମୃତୁ୍ୟ

Get real time updates directly on you device, subscribe now.

କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କଠାରୁ): ରେଳପଥ କଡରେ ପ୍ରାତଃଭ୍ରମଣ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ କାଳ ହୋଇଛି । ଆଜି ଏଭଳି ଦେଖିବାକୁ ମିଳିଛି କୋରାପୁଟ ସଦର ଥାନା ଚିନ୍ଦିରି ନିକଟରେ । ଏକ ମାଲବାହୀ ଟ୍ରେନ ଧକ୍କାରେ ଅବସରପ୍ରାପ୍ତ ପୁଲିସ କର୍ମଚାରୀ ଏମ୍.ଲିଙ୍ଗରାଜଙ୍କ ମୃତୁ୍ୟ ଘଟିଛି । ତାଙ୍କ ଘର କୋରାପୁଟ ପୌରାଞ୍ଚଳ ଅଧୀନ ରାମନଗରରେ । ସବୁଦିନଭଳି ଆଜି ମଧ୍ୟ ଲିଙ୍ଗରାଜ ପ୍ରାତଃ ଭ୍ରମଣରେ ଯାଇଥିଲେ । କୋରାପୁଟ ଜଗଦଲପୁର ରେଳ ଦୋହରୀକରଣ ପାଇଁ ପଡ଼ିଥିବା ନୂଆମାଟିରେ ଚାଲୁଥିଲେ । ସେହି ସମୟରେ ପଛପଟୁ ଆସୁଥିବା ଟ୍ରେନ୍ ଧକ୍କାରେ ସେ ଛିଟକି ପଡିଥିଲେ । ଘଟଣାସ୍ଥଳରେ ତାଙ୍କ ମୃତୁ୍ୟ ହୋଇଥିଲା । ଟ୍ରେନ୍ର ହର୍ଣ୍ଣ ତାଙ୍କ କାନକୁ ଶୁଣାଯାଇ ନଥିବାରୁ ସେ ଜାଣିପାରି ନଥିବା ପୁଲିସ ଅନୁମାନ କରିଛି । କୋରାପୁଟ ଜିଆରପି ଓଆଇସି ବିନୟକୁମର ଭୋଇଙ୍କ ସହ ଏକ ଟିମ ପହଞ୍ଚି ଶବଜବତ କରିଥିଲେ । ସହିଦ ଲକ୍ଷ୍ମଣ ନାୟକ ମେଡ଼ିକାଲରେ ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିବା ଓଆଇସି ଶ୍ରୀ ଭୋଇ କହିଛନ୍ତି । ଜିଆରପି ଫାଣ୍ଡିରେ ୮/୨୧ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons