ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଲୋକସଭାର ସବୁଠୁ କନିÂ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଏବେ ପୁଣି ଚର୍ଚ୍ଚାରେ । ରାଜନୀତି କି ଅନ୍ୟ କୌଣସି କାରଣରୁ ନୁହେଁ, ସୋସିଆଲ ମିଡିଆରେ କିଛି ପୋଷ୍ଟକୁ ନେଇ ଏହି ସରଗରମ ଚର୍ଚ୍ଚା । ନିଜ ଭେରିଫାଏଡ୍ ଟ୍ୱିଟର୍ ଆକାଉଣ୍ଟରୁ ଚନ୍ଦ୍ରାଣୀ କରିଥିବା କିଛି ପୋଷ୍ଟ୍ର ଇଂରାଜୀ ବନାନରେ ତ୍ରୁଟି ଥିଲା । ଏହାକୁ ଅନେକ ଟ୍ୱିଟର ବ୍ୟବହାରକାରୀମାନେ ସମାଲୋଚନା କରିଥିଲେ । ଟ୍ରୋଲ୍ ହେବା ପରେ ଚନ୍ଦ୍ରାଣୀ ନିଜ ନାମରେ ଥିବା ଟ୍ୱିଟର ଆକାଉଣ୍ଟକୁ ତରବରିଆ ଭାବେ ଡିଲିଟ୍ କରି ଦେଇଛନ୍ତି । କିଛି ଟ୍ୱିଟର ବ୍ୟବହାରକାରୀ ସ୍କ୍ରିନ୍ ସଟ୍ ପୋଷ୍ଟ କରି ଏହା ଜଣାଇଛନ୍ତି ।
ଶାଶ୍ୱତ ଦେବଦତ୍ତ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀଙ୍କ ପୋଷ୍ଟ୍ ମୁତାବକ, ଅକ୍ଟୋବର ୩୧ ତାରିଖରେ ଭୁବନେଶ୍ୱରର ସାଲିଆ ସାହିରେ ବିଜେଡି ପକ୍ଷରୁ ପଦଯାତ୍ରା ହୋଇଥିଲା । ‘ଲୋକଙ୍କ ପାଖକୁ ଯାଅ, ସେବା କର’ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ । ଏହି ଶୀର୍ଷକକୁ ନେଇ ‘ପ୍ରମେୟ’ରେ ପ୍ରକାଶିତ ଖବରକୁ ବିଜୁ ଜନତା ଦଳ ତାର ନିଜସ୍ୱ ଟ୍ୱିଟର ଆକାଉଣ୍ଟରୁ ପୋଷ୍ଟ କରିଥିଲା । ବିଜୁ ଜନତା ଦଳର ଏହି ଟୁଇଟ୍କୁ ରି-ଟୁଇଟ୍ କରିଥିଲେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ । ସେ ଏହି ପୋଷ୍ଟ ଉପରେ ଇଂରାଜୀରେ ରିପ୍ଲେ ବା ପ୍ରତୁ୍ୟତ୍ତରରେ ନବୀନଙ୍କ ଉଦେ୍ଧଶ୍ୟରେ ପ୍ରଂଶସା କରିଥିଲେ । କିନ୍ତୁ ଏଥିରେ ବନାନଗତ ତ୍ରୁଟି ଥିଲା । ଏହାର ସ୍କ୍ରିନ୍ ସଟ୍କୁ ପୋଷ୍ଟ କରି ଅନେକ ବ୍ୟବହାରକାରୀ ତାଙ୍କୁ ସମାଲୋଚନା କରିଛନ୍ତି ।
ହେଇଟି ଭାଇନା ନାମରେ ଜଣେ ଟ୍ୱିଟର ବ୍ୟବହାରକାରୀ ସ୍କ୍ରିନ୍ ସଟ୍ ପୋଷ୍ଟ କରି ଚନ୍ଦ୍ରାଣୀ ପୂର୍ବରୁ ଇଂରାଜୀରେ କରିଥିବା ଆଉ କିଛି ଟ୍ୱିଟ୍ରୁ ବ୍ୟାକରଣଗତ ତ୍ରୁଟି ବାହାର କରିଥିଲେ । ଏହାକୁ ନେଇ ଅନେକ ବ୍ୟବହାରକାରୀ ଚନ୍ଦ୍ରାଣୀଙ୍କୁ ସମାଲୋଚନା କରିଛନ୍ତି । ଓଡ଼ିଆ ନ ଲେଖି ଇଂରାଜୀ କାହିଁକି ଲେଖୁଛନ୍ତି ଓ ତା ପୁଣି ଭୁଲ୍ ବନାନ…ବୋଲି କିଛି ଟ୍ୱିଟ୍ କରିଛନ୍ତି । ଆଉ କିଛି ମଧ୍ୟ ପ୍ରମିଳା ବିଷୋୟୀଙ୍କ ସହ ଚନ୍ଦ୍ରାଣୀଙ୍କୁ ତୁଳନା କରି ପ୍ରମିଳାଙ୍କୁ ପ୍ରଂଶସା କରିଛନ୍ତି ।
ଟ୍ରୋଲ୍ ହେବା ପରେ ଚନ୍ଦ୍ରାଣୀଙ୍କ ଭେରିଫାଏଡ୍ ଟ୍ୱିଟର୍ ଆକାଉଣ୍ଟ ଉଭାନ୍ ହୋଇଯାଇଛି । ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଘୁରି ବୁଲୁଛି । ଚନ୍ଦ୍ରାଣୀଙ୍କ ଭେରିଫାଏଡ୍ ଟ୍ୱିଟର ଆକାଉଣ୍ଟ ରାତାରାତ୍ ‘ବିଂ ଆରବ’ ନାଁକୁ ବଦଳାଯାଇଛି ବୋଲି ଅନେକ ବ୍ୟବହାରକାରୀ ଲେଖିଛନ୍ତି । ଶାଶ୍ୱତ ଦେବଦତ୍ତ ଏକ ସ୍କ୍ରିନ୍ ରେକର୍ଡିଂକୁ ପୋଷ୍ଟ କରି ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଗତ ଏପ୍ରିଲ ୭ ତାରିଖରେ ଚନ୍ଦ୍ରାଣୀଙ୍କୁ ଟ୍ୟାଗ୍ କରି କରିଥିବା ଏକ ଟ୍ୱିଟ୍କୁ ଦେଖାଇ ଆକାଉଣ୍ଟ କିଭଳି ବିଂ ଆରବ ନାଁକୁ ବଦଳା ଯାଇଛି ତାକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖି ଏହା ଆଇଟି ସେଲ୍ର ପାୱାର ବୋଲି ସାଗର ଶତପଥୀ ନାମକ ଜଣେ ବ୍ୟବହାରକାରୀ ଲେଖିଛନ୍ତି । କିନ୍ତୁ ଆଉ କିଛି ବ୍ୟବହାରକାରୀ ଏହି ଟ୍ରୋଲ୍କୁ ନାପସନ୍ଦ କରିଛନ୍ତି । ଚନ୍ଦ୍ରାଣୀ ଜଣେ ଭଲ ସାଂସଦ କି ନା, ତାକୁ ନେଇ ବିତର୍କ ହେଉ । କିନ୍ତୁ ତାଙ୍କ ଇଂରାଜୀ ଦକ୍ଷତାକୁ ନେଇ ଟାର୍ଗେଟ୍ କରିବା ଦୁର୍ଭାଗ୍ୟଜନକ ବୋଲି ତନୟା ପଟ୍ଟନାୟକ ଲେଖିଛନ୍ତି । ଏ ପ୍ରସଙ୍ଗରେ ସାଂସଦ ଶ୍ରୀମତୀ ମୁର୍ମୁଙ୍କ ମତାମତ ନେବାକୁ ଚେଷ୍ଟା କରିଥିଲେ ବି ସମ୍ଭବ ହୋଇନଥିଲା ।
Comments are closed, but trackbacks and pingbacks are open.