ଡକାୟତି ମାମଲାର ମାଷ୍ଟରମାଇଣ୍ଡ ଥିଲା ମହୁରିଆ!

Get real time updates directly on you device, subscribe now.

ବଲାଙ୍ଗୀର,(ବି.ବି.ନୁ୍ୟଜ୍): ଗତମାସ ୨୩ତାରିଖରେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା ଗାଁର ଉଜ୍ୱଳ ସାହୁଙ୍କ ଘରେ ହୋଇଥିବା ଡ଼କାୟତି ଘଟଣାର ପର୍ଦ୍ଧାଫାସ ହୋଇଛି । ସେହି ଗାଁର ଲକ୍ଷ୍ମନ ସୁନା(୫୫) ନାମକ ଜଣେ ମହୁରିଆ ଏହି ଡ଼କାୟତି ମାମଲାର ମାଷ୍ଟରମାଇଣ୍ଡ ଥିବା ବେଳେ ନୟାଗଡ଼ରେ ଥିବା ନିଜ ସମ୍ପର୍କିୟଙ୍କୁ ଡାକି ଏହି ଘଟଣାକୁ ରୂପ ଦେଇଥିଲା । ସେଠାରୁ ପ୍ରାୟ ସାଢେ଼ ୪ଲକ୍ଷ ଟଙ୍କା ସମେତ ୩୦ଭରି ସୁନା ନେଇ ଚମ୍ପଟ ହୋଇଯାଇଥିଲେ ।ମହୁରିଆ ଓ ତାର ଗ୍ୟାଙ୍ଗ । ଘଟଣା ପରେ ପୁଲିସ ଦୁଇଟି ସ୍ୱତନ୍ତ୍ର ଟିମ୍ ଗଠନ କରି ଏହାର ତଦନ୍ତ କରିବା ପରେ ପୃଥକ ପୃଥକ ସ୍ଥାନରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଲକ୍ଷ୍ମଣ ସମେତ ଦେଓଗାଁ ଥାନା ଅଡର଼୍ା ଗାଁର ମିଥୁନ ସୁନା(୨୨), ସିଆଲଜୋର ଗାଁର ଘୁଣ୍ଡୁ ବାରିକ(୨୮), ତୁଷୁରା ଥାନା ସିରଜାପାଲିର ରାଜୁ ମହାନନ୍ଦ(୩୮), ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ପର୍ଣ୍ଣଚନ୍ଦ୍ର ମହାରଣା(୩୮), ଫତେଗଡ଼ ଅଞ୍ଚଳର ପ୍ରଭାତ ନାୟକ(୫୦) ଏବଂ ହାଲୁରେ ସ୍ୱାଇଁ(୩୧) ରହିଛନ୍ତି । ସେମାନଙ୍କ ପାଖରୁ ଡକାୟତି ବେଳେ ବ୍ୟବହୃତ ଗୋଟିଏ ଅଟୋରିକ୍ସା, ବାଇକ, ବୋଲେରୋ, ୪ ମୋବାଇଲ ଏବଂ ନଗଦ ୬୮ହଜାର ୫ଶହ ଟଙ୍କା ଜବତ କରିଥିବା ଆଡ଼ିସିନାଲ ଏସପି ମନୋରଞ୍ଜନ ପଧାନ କହିଛନ୍ତି । ତେବେ ଏପର୍ଯ୍ୟନ୍ତ ଲୁଟ୍ ସୁନାର ପତ୍ତା ମିଳିନି । ପୁଲିସ ସୂଚନାଅନୁସାରେ, ଘଟଣାଦିନ ରାତିରେ ସମସ୍ତେ ଶୋଇଥିବା ବେଳେ ୧୪ରୁ ୧୫ଜଣ ଅଜଣା ବ୍ୟକ୍ତି ଉଜ୍ୱଳ ସାହୁଙ୍କ ତାଲା ଭାଙ୍ଗି ଘରକୁ ପଶିଥିଲେ । ସେଠାରେ ଶୋଇଥିବା ପରିବାରବର୍ଗଙ୍କୁ ମାଡ଼ ମାରି ସେମାନେ ୩୦ଭରି ସୁନା ଏବଂ ୪ରୁ ୫ଲକ୍ଷ ଟଙ୍କା ନେଇଯାଇଥିଲେ । ଏନେଇ ଦେଓଗାଁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରି ପ୍ରଥମେ ଲକ୍ଷ୍ମଣଙ୍କୁ ଉଠାଇ ଆଣିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons