ଦିଗପହଣ୍ଡି, (ବି.ବି.ନୁ୍ୟଜ୍): ଏକ ବଡ଼ ଧରଣର ଡକାୟତ ଯୋଜନାକୁ ପଣ୍ଡ କରିଛି ଦିଗପହଣ୍ଡି ପୁଲିସ । ଏହି ଘଟଣାରେ ୫ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଘଟଣାସ୍ଥଳରୁ ଦୁଇଟି ଖଣ୍ଡା, ଦୁଇଟି ଜୀବନ୍ତ ବୋମା, ଟର୍ଚ୍ଚ ଲାଇଟ୍, ମଦ ବୋତଲ, କାଚ ଗ୍ଲାସ୍, ପାଣି ବୋତଲ ଜବତ କରିଛି ପୁଲିସ । ଗିରଫ ଅଭିଯୁକ୍ତ ହେଲେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ବ୍ରାହ୍ମଣ ସାହିର କେ.ଅମିତ୍ ପାତ୍ର ଓ ରବି ପଣ୍ଡା, ଅଯୋଧ୍ୟା ନଗରର ସଞ୍ଜୟ ନାୟକ, ଲାଠି ଗ୍ରାମର ଚେରୁ ଓରଫ୍ ଶ୍ୟାମ ସୁନ୍ଦର ଗୌଡ଼ ଓ ପାଣ୍ଡା ଗୌଡ଼ ବୋଲି ପଲିସ ସୂଚନା ଦେଇଛି । ସେମାନଙ୍କ ବିରୋଧରେ ଥାନା କେସ୍ ୧୫୯/୨୦ ଦଫା ୩୯୯/୪୦୨/ଆଇପିସି ଏବଂ ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଧାରା ୩/୪/୫ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚଲାଣ କରାଯାଇଛି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଦିଗପହଣ୍ଡି ଉପକାରାଗାରକୁ ପଠାଇ ଦିଆଯାଇଛି । ଗିରଫ ଅଭିଯୁକ୍ତମାନେ ମହୁଡ଼ା ଅଞ୍ଚଳର ଅପରାଧିକ କାର୍ଯ୍ୟ ଘଟାଇ ଆସୁଥବଲେ ବୋଲି ପୁଲିସ କହିଛି । ଆଜି ମହୁଡା ଫାର୍ମାସିଷ୍ଟ କଲେଜ ନିକଟ ଆମ୍ବଗଛ ତୋଟାରେ ଡକାୟତ ଯୋଜନା କରୁଥିଲେ । ମହୁଡ଼ା ସ୍ଥିତ ସମବାୟ ସମିତିରୁ ଲୁଟ୍ ପାଇଁ ଯୋଜାନ ଚାଲିଥିବା ସମ୍ପର୍କରେ ପୁଲିସ ସୂଚନା ପାଇ ଦିଗପହଣ୍ଡି ଆଇଆଇସି ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କୁ କାବୁ କରିଥିଲେ ।
Comments are closed, but trackbacks and pingbacks are open.